ଧାନକ୍ରୟ ସୁଯୋଗ ଦାବିରେ ସରସଦା ସମିତିରେ ଧାରଣା
ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଳକ ସରସଦା ପ୍ରାଥମିକ କୃଷି ସମବାୟ ସମିତିରେ ସୋମବାର ଧାରଣା ପ୍ରଦାନ କରାଯାଇଛି। ସମିତିକୁ ଚଳିତ ବର୍ଷ ଧାନକ୍ରୟ ପାଇଁ କୃଷକ ପଞ୍ଜିକରଣ ସୁଯୋଗ ପ୍ରଦାନ କରାଯିବାକୁ ଧାରଣା ଦିଆଯାଇଛି। ଚଳିତ ବର୍ଷ କେବଳ ସମିତି ଯୋଗେ ଧାନକ୍ରୟ କରାଯିବ ବୋଲ
SARASADA SAMITI DHARANA


ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଳକ ସରସଦା ପ୍ରାଥମିକ କୃଷି ସମବାୟ ସମିତିରେ ସୋମବାର ଧାରଣା ପ୍ରଦାନ କରାଯାଇଛି। ସମିତିକୁ ଚଳିତ ବର୍ଷ ଧାନକ୍ରୟ ପାଇଁ କୃଷକ ପଞ୍ଜିକରଣ ସୁଯୋଗ ପ୍ରଦାନ କରାଯିବାକୁ ଧାରଣା ଦିଆଯାଇଛି। ଚଳିତ ବର୍ଷ କେବଳ ସମିତି ଯୋଗେ ଧାନକ୍ରୟ କରାଯିବ ବୋଲି ସରକାରଙ୍କ ନୀତିଗତ ନିଷ୍ପତି ହୋଇଛି। ତଦନୁଯାୟୀ ପୂର୍ବରୁ ଧାନକ୍ରୟରୁ ବାଦ ପଡିଥିବା ସରସଦା ସମିତିକୁ ଧାନକ୍ରୟ ସୁଯୋଗ ପ୍ରଦାନ ପାଇଁ ଜିଲ୍ଲାପାଳ ଅନୁମୋଦନ କରିଥିଲେ। ହେଲେ ଜିଲ୍ଲା ସମବାୟ ନିବନ୍ଧକ ଜିଲ୍ଲାପାଳଙ୍କ ନିଷ୍ପତିକୁ କାର୍ଯ୍ୟକାରୀ କରିନଥିଲେ। ସରସଦା ସମିତିକୁ ଅନ୍ୟ ସମିତି ସହ ଟ୍ୟାଗ କରାଯାଇଥିବା ଜଣାପଡିବା ପରେ ସମିତିର ସଭାପତି ଅବିନାଶ ରାଉତଙ୍କ ନେତୃତ୍ୱରେ ନାଗେଶ୍ୱର ବେହେରା, ରତ୍ନାକର ଦାଶ, ପ୍ରୀତାଶ ରଞ୍ଜନ ନାୟକ ପ୍ରମୁଖ ସମିତି ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande