ସମଲେଶ୍ୱରୀ ମନ୍ଦିରରେ ଭଜନ ସନ୍ଧ୍ୟା
ସମଲେଶ୍ୱରୀ ମନ୍ଦିରରେ ଭଜନ ସନ୍ଧ୍ୟା
ସମଲେଶ୍ୱରୀ ମନ୍ଦିରରେ ଭଜନ ସନ୍ଧ୍ୟା


ସମ୍ବଲପୁର,୨୪, ଅଗଷ୍ଟ (ହି.ସ.) ମାଁ' ସମଲେଶ୍ୱରୀଙ୍କ ପବିତ୍ର ପୀଠରେ ଏକ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ଭଜନ ସନ୍ଧ୍ୟାକୁ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ପ୍ରଫୁଲ୍ଲ ହୋତା ମାଁ' ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚନା କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ପ୍ରତିଷ୍ଠିତ କଳାକାରମାନେ ମା’ଙ୍କ ମହିମାଗାନ କରିଥିଲେ। କଣ୍ଠଶିଳ୍ପୀ ପ୍ରମୋଦ ଚନ୍ଦ୍ର ଦୋରା, ସ୍ୱାଗତିକା ପଣ୍ଡା, ସାଧନା ନନ୍ଦ, ଶୁଭଶ୍ରୀ ଦେବ, ପ୍ରୀତିନନ୍ଦା ମିଶ୍ର, ରାଜକୁମାର ଜାଲ, ବିଜୟ କୁମାର ମିଶ୍ର ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ମୋତିଲାଲ ଦୋରାଙ୍କ ସଂଯୋଜନା ଏବଂ ତ୍ରିଲୋଚନ ତ୍ରିପାଠୀ ପରିଚାଳନା କ୍ରମେ ଦେବାଶିଷ ପାଢ଼ୀ, ହରିଶଙ୍କର ବେରିହା, ଭାଗିରଥୀ ସିଂହଦେଓ, କୃଷ୍ଣଚନ୍ଦ୍ର ବାଗ, କ୍ଷିତିଶ ଚନ୍ଦ୍ର ବାଗ, ସୁମିତ ପ୍ରଧାନ, ରାଜେଶ ରାଉତ ଓ ପ୍ରତ୍ୟୁଷ ରଞ୍ଜନ ପଟ୍ଟନାୟକ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ଶ୍ରୀ ହୋତା, ବିଶିଷ୍ଟ ଶିକ୍ଷାବିତ ଡ଼. ଶ୍ୟାମସୁନ୍ଦର ଧର, ସୁଶୀଲ ଦାସ, ଜୟକୃଷ୍ଣ ବେହେରା ଓ ଦୀପାଳି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏହିପରି ଭଜନ ସନ୍ଧ୍ୟା ସମ୍ବଲପୁରର ସାଂସ୍କୃତିକ ପରମ୍ପରାକୁ ଆଗକୁ ବଢ଼ାଇବା ସହ ଯୁବପିଢ଼ୀଙ୍କୁ ଭକ୍ତି ସଙ୍ଗୀତ ଓ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande