ସମ୍ବଲପୁର କ୍ରୀଡ଼ା ଛାତ୍ରାବାସର ଦୁଇ ଖେଳାଳୀ ଓଡ଼ିଶା ଜୁନିଅର ଫୁଟବଲ୍ ଦଳରେ ସାମିଲ ; କୋଚ୍ ଅଜୟ କୁମାର ବେହେରା ହେଲେ ମୁଖ୍ୟ ପ୍ରଶିକ୍ଷକ

ସମ୍ବଲପୁର, ୨୪, ଅଗଷ୍ଟ (ହି.ସ.) - ଆସନ୍ତା ଅଗଷ୍ଟ ୨୫ରୁ ସେପ୍େଟମ୍ବର ୯ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜୁନିଅର ବାଳକ ଜାତୀୟ ଫୁଟବଲ୍ ଚାମ୍ପିଅନସିପ୍ (ଡ଼ଃ ବି. ସି. ରାୟ ଟ୍ରଫି ୨୦୨୬-୨୭) ପାଇଁ ସମ୍ବଲପୁର ଜିଲ୍ଲାର ଦୁଇଜଣ ଉଦୀୟମାନ ଖେଳାଳି ଓଡ଼ିଶା ରାଜ୍ୟ ଦଳରେ ସ୍ଥାନ ପାଇଛନ୍ତି। ସମ୍ବଲପୁର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ପଡ଼ିଆବାହାଲର ଶ୍ରୀଶମ୍ଭୁ ମିର୍ଦ୍ଧା ଏବଂ କମିଶନର୍ କଲୋନୀର ସୁବାଷ ମୁଣ୍ଡା ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ମନୋନୀତ ହୋଇଛନ୍ତି। ଏହା ସହିତ ସମ୍ବଲପୁର କ୍ରୀଡ଼ା ଛାତ୍ରାବାସର ଫୁଟବଲ୍ କୋଚ୍ ଅଜୟ କୁମାର ବେହେରାଙ୍କୁ ଓଡ଼ିଶା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ମନୋନୀତ କରାଯାଇଛି, ଯାହା ସମ୍ବଲପୁର କ୍ରୀଡ଼ା କ୍ଷେତ୍ର ପାଇଁ ଏକ ବଡ଼ ସଫଳତା। ଏହି ଉଲ୍ଲେଖନୀୟ ଅର୍ଜନ ପାଇଁ ଖେଳାଳି ଓ କୋଚ୍ଙ୍କୁ ସ୍ଥାନୀୟ କ୍ରୀଡ଼ାବିତ୍, କ୍ରୀଡ଼ା ପ୍ରେମୀ ଓ ଜନସାଧାରଣଙ୍କ ତରଫରୁ ଅଭିନନ୍ଦନ ଜଣାଯିବା ସହ ଆଗାମୀ ଜାତୀୟ ଚାମ୍ପିଅନସିପ୍ରେ ଓଡ଼ିଶା ଦଳର ଭଲ ପ୍ରଦର୍ଶନ ଓ ସଫଳତା କାମନା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande