ଗୁରୁ ନିତ୍ୟାନନ୍ଦ ସେଠୀଙ୍କ ପରଲୋକ
ସମ୍ବଲପୁର, ୨୪ ଅଗଷ୍ଟ(ହି.ସ.) – ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ନିତ୍ୟାନନ୍ଦ ସେଠୀଙ୍କର ଗତ ରବିବାର ରାତି ସାଢ଼େ ୮ଟା ସମୟରେ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କିଛିଦିନ ଧରି ସେ କିଡନି ରୋଗରେ ଆକ୍ରାନ୍ତ ରହି ଚିକିତ୍ସିତ ହେଉଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ସେ ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଦୀର୍ଘ ୪
ଗୁରୁ ନିତ୍ୟାନନ୍ଦ ସେଠୀଙ୍କ ପରଲୋକ


ସମ୍ବଲପୁର, ୨୪ ଅଗଷ୍ଟ(ହି.ସ.) – ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ନିତ୍ୟାନନ୍ଦ ସେଠୀଙ୍କର ଗତ ରବିବାର ରାତି ସାଢ଼େ ୮ଟା ସମୟରେ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କିଛିଦିନ ଧରି ସେ କିଡନି ରୋଗରେ ଆକ୍ରାନ୍ତ ରହି ଚିକିତ୍ସିତ ହେଉଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ସେ ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ସମ୍ବଲପୁରରେ ସ୍ଥାୟୀ ବାସିନ୍ଦା ଭାବେ ରହି ସମ୍ୱଲପୁର କେନ୍ଦ୍ରୀୟ ବିଦ୍ୟାଳୟରେ ସଂଗୀତ ଶିକ୍ଷକ ଭାବେ କାର୍ଯ୍ୟ କରିବା ସହ ନବାଗତ ଉଦୀୟମାନ ଛାତ୍ରଛାତ୍ରୀଙ୍କୁ ସଙ୍ଗୀତ ଶିକ୍ଷା ଦେଇ ଆସୁଥିଲେ। ଏପରିକି ପଶ୍ଚିମ ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ବିଧିବଦ୍ଧ ଭାବରେ ବଂଚାଇ ରଖି ଅଗଣିତ ବିଦ୍ୟାର୍ଥୀ ସୃଷ୍ଟି କରିବାରେ ଗୁରୁ ଶ୍ରୀ ସେଟ୍ଟିଙ୍କ ଭୂମିକା ଉଲ୍ଲେଖନୀୟ। ଏତଦ୍ବ୍ୟତୀତ ଲଘୁ ସଙ୍ଗୀତ, ଆଧୁନିକ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ସ୍ୱତନ୍ତ୍ର ପାରଦର୍ଶିତା ହାସଲ କରିଥିଲେ। ଆକାଶବାଣୀ ଓ ଦୂରଦର୍ଶନର ସେ ଜଣେ ଉଚ୍ଚବର୍ଗର କଣ୍ଠଶିଳ୍ପୀ ଓ ସ୍ୱର ସଂଯୋଜକ ଭାବରେ ମଧ୍ୟ ନିଜର ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଭଜନ, ଜଣାଣ, ଛାନ୍ଦ, ଓଡ଼ିଶୀ, ଆଧୁନିକ ଗୀତ ଓ ଶାସ୍ତ୍ରୀୟ ସଙ୍ଗୀତ ଶିଖାଇବାରେ ଓ ଗାଇବାରେ ସେ ଜଣେ ଆଗଧାଡ଼ିର କଳାକାର ଥିଲେ। ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ, ମୁମ୍ବାଇ ଦ୍ୱାରା ଆୟୋଜିତ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପରୀକ୍ଷାରେ ଓଡ଼ିଶାର ବହୁ ପ୍ରାନ୍ତରେ ସେ ବହୁବାର ନିରୀକ୍ଷକ ଭାବରେ ଦାୟିତ୍ୱ ନିର୍ବାହ କରିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ସେ କବରାପାଲିର ଲୋକନାଟକ ଦଲରେ ମଧ୍ୟ ବହୁ ବର୍ଷ ସଙ୍ଗୀତ ସଂଯୋଜନା କରିଥିଲେ। ଶ୍ରୀ ନିତ୍ୟାନନ୍ଦ ସେଟ୍ଟିଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାର କଳା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗରେ ବହୁ କଳାକାର, ସମାଜସେବୀ, ସାଂସ୍କୃତିକ କର୍ମୀ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ପରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆ ଯାଇଥିଲା। ସୋମବାର ପୂର୍ବାହ୍ନରେ ବଡ଼ପୁଅ ଶୁଭେନ୍ଦୁ ସେଠୀ ମୁଖାଗ୍ନୀ ଦେବାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande