
ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଦଳ ବିରୋଧୀ ମତ ଏବଂ ବିଶୃଙ୍ଖଳା ଆଚରଣ ପାଇଁ ୩ ଜଣଙ୍କୁ ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ନିଷ୍ପତି ଅନୁଯାୟୀ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ପରଜଙ୍ଗ ବ୍ଲକ, ଢ଼େଙ୍କାନାଳଭୁତପୂର୍ବ ସଭାପତି ନଗେନ ବିନାୟକ, ବରୀ ବ୍ଲକ, ଯାଜପୁରର କଳ୍ପନା ପଣ୍ଡା ଏବଂ ସମୀର କୁମାର ନାୟକ।
ସେମାନଙ୍କ ବିରୋଧରେ ବିଭିନ୍ନ ସମୟରେ ଦଳ ବିରୋଧି ମତାମତ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବା ସହିତ ଯାଜପୁର ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟିରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ରହିଥିଲା। ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜୀତ୍ କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା