
ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ପାପଡ଼ାହାଣ୍ଡି
ଶହୀଦ ସ୍ମୃତି ଦିବସରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଅନ୍ୟମାନେ ।
ଏହି ଅବସରରେ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ପାପଡ଼ାହାଣ୍ଡି
ଶହୀଦ ସ୍ମୃତି ଦିବସ ଅବସରରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର
ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ମାତୃଭୂମି ପାଇଁ ସେମାନଙ୍କ ଅମର
ବଳିଦାନ ଓ ଦେଶପ୍ରେମ ଆମ ସମସ୍ତଙ୍କୁ ସଦା ଦେଶସେବା ଓ ଦେଶର ଗୌରବ ରକ୍ଷା ପାଇଁ ପ୍ରେରଣା
ଯୋଗାଇବ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପାପଡ଼ାହାଣ୍ଡି ଶହୀଦ ସ୍ମୃତି ଦିବସ ଅବସରରେ ଦେଶପାଇଁ ନିଜର
ପ୍ରାଣବଳି ଦେଇଥିବା ଅମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ
କରୁଅଛି। ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ଅମର ଶହୀଦମାନଙ୍କ
ସ୍ମୃତି ଓ ବଳିଦାନ ଆମକୁ ସଦାସର୍ବଦା ଦେଶସେବା ପାଇଁ ପ୍ରେରଣା ଯୋଗାଇବ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, 'ପାପଡ଼ାହାଣ୍ଡି
ଶହୀଦ ସ୍ମୃତି ଦିବସ'ରେ ସମସ୍ତ ବୀର ସଂଗ୍ରାମୀମାନଙ୍କ ପ୍ରତି ବିନମ୍ର
ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କର ଅଦମ୍ୟ ସାହସ, ତ୍ୟାଗ ଓ
ଦେଶପ୍ରେମ ସର୍ବଦା ଆମକୁ ପ୍ରେରଣା ଦେଇଚାଲିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା