ଆଜି ଶ୍ରାବଣ ମାସର ଶେଷ ସୋମବାର, ଜଳଲାଗି ପାଇଁ ଶୈବପୀଠରେ କାଉଡିଆଙ୍କ ଭିଡ
ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ଆଜି ଶ୍ରାବଣ ମାସର ଶେଷ ସୋମବାର । ଶିବଲିଙ୍ଗରେ ଜଳଲାଗି ପାଇଁ ପବିତ୍ର ଜଳାଶୟରୁ ଜଳ ସଂଗ୍ରହ କରିଛନ୍ତି କାଉଡିଆ । ଏବଂ ରାତି ଅଧରୁ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ ଜମିଛି । ବୋଲବମ୍ ଓ ହରହର ବମ୍ ନାରାରେ କମ୍ପୁଛି ବିଭିନ୍ନ ନଦୀଘା
ଆଜି ଶ୍ରାବଣ ମାସର ଶେଷ     ସୋମବାର, ଜଳଲାଗି ପାଇଁ ଶୈବପୀଠରେ କାଉଡିଆଙ୍କ ଭିଡ


ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ଆଜି ଶ୍ରାବଣ

ମାସର ଶେଷ ସୋମବାର । ଶିବଲିଙ୍ଗରେ ଜଳଲାଗି ପାଇଁ ପବିତ୍ର ଜଳାଶୟରୁ ଜଳ ସଂଗ୍ରହ କରିଛନ୍ତି

କାଉଡିଆ । ଏବଂ ରାତି ଅଧରୁ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ ଜମିଛି । ବୋଲବମ୍ ଓ ହରହର ବମ୍

ନାରାରେ କମ୍ପୁଛି ବିଭିନ୍ନ ନଦୀଘାଟ ଓ ବିଭିନ୍ନ ଶୈବପୀଠ ।

ହିନ୍ଦୁ ଧର୍ମରେ ଶ୍ରାବଣ ମାସ

ଏବଂ ସୋମବାର ବ୍ରତର ବିଶେଷ ମହତ୍ତ୍ୱ ରହିଛି। ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ

ଆଜିର ଦିନରେ ଭକ୍ତମାନେ ବ୍ରତ ରଖିବା ସହ ପୂଜାର୍ଚ୍ଚନା କରିଥାନ୍ତି। ମାନ୍ୟତା ରହିଛି ଯେ ଏହି

ଦିନ ନିଷ୍ଠାର ସହ ଭଗବାନ ଶିବଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଶ୍ରାବଣ ମାସ

ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ବୋଲି ବିବେଚନା କରାଯାଏ। ଏହି ମାସର ପ୍ରତ୍ୟେକ ସୋମବାରରେ

ମହାଦେବଙ୍କୁ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବାର ବିଧାନ ରହିଛି।

ଶିବଲିଙ୍ଗରେ ଜଳଲାଗି ପାଇଁ

ଭୁବନେଶ୍ୱରରେ ଲିଙ୍ଗରାଜ, କଟକର ଧବଳେଶ୍ୱର, ଢେଙ୍କନାଳର କପିଳାସ, ଭଦ୍ରକର ବାବା ଆରଡି,

କୋରାପୁଟର ଗୁପ୍ତେଶ୍ୱର, ନୟାଗଡର ଲଡୁବାବା ପରି ପ୍ରମୁଖ ପୀଠଗୁଡିକରେ ଭକ୍ତଙ୍କ ଭିଡ ଜମିଛି ।

ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରସାଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବ୍ୟାରିକେଡ ଦେଇ ଭକ୍ତମାନେ

ସୁରୁଖୁରୁରେ କିପରି ଜଳଲାଗି କରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande