ଶହୀଦ ଶିବରାମ ହରି ରାଜଗୁରୁଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ଶହୀଦ ଶିବରାମ ହରି ରାଜଗୁରୁଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ । ଏହି ଅବସରରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ,ଶହୀଦ ଶିବରାମ ହରି ରାଜଗୁରୁ ଜୀଙ୍କ
ଶହୀଦ ଶିବରାମ ହରି     ରାଜଗୁରୁଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ


ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ଶହୀଦ ଶିବରାମ

ହରି ରାଜଗୁରୁଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।

ଏହି ଅବସରରେ ସୋସିଆଲ ମିଡିଆ

ପ୍ଲାଟଫର୍ମରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ,ଶହୀଦ ଶିବରାମ ହରି ରାଜଗୁରୁ ଜୀଙ୍କ ଜୟନ୍ତୀରେ

ମୁଁ ଏହି ନିର୍ଭୀକ ବିପ୍ଳବୀ ତଥା ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ

କରୁଛି। ତାଙ୍କର ସର୍ବୋଚ୍ଚ ବଳିଦାନ, ସାହସ ଓ ଦେଶ ପ୍ରତି ନିଷ୍ଠା ପିଢ଼ି ପରେ ପିଢ଼ି ପାଇଁ ଚିରସ୍ଥାୟୀ

ପ୍ରେରଣା ହୋଇ ରହିଛି। ତାଙ୍କର ଜୀବନ ଆମକୁ ସର୍ବଦା ନିଜ ସ୍ୱାର୍ଥଠାରୁ ରାଷ୍ଟ୍ରକୁ ସର୍ବୋପରି

ରଖିବାର ବାର୍ତ୍ତା ଦେଇଥାଏ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,

ମହାନ କ୍ରାନ୍ତିକାରୀ ତଥା ଅମର ଶହୀଦ ଶିବରାମ ହରି ରାଜଗୁରୁଙ୍କ

ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅମର ବଳିଦାନ ଓ ଅଦମ୍ୟ

ଦେଶପ୍ରେମ ସର୍ବଦା ଆମକୁ ପ୍ରେରଣା ଯୋଗାଇବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଶହୀଦ ଶିବରାମ ହରି ରାଜଗୁରୁ ଜୀଙ୍କ ଜନ୍ମତିଥିରେ ତାଙ୍କୁ

ନମ୍ର ଶ୍ରଦ୍ଧାଞ୍ଜଳି—ଭାରତର ସ୍ୱାଧୀନତା ପାଇଁ ଜଣେ ନିର୍ଭୀକ ବିପ୍ଳବୀ, ଯିଏ

ଦେଶର ସ୍ୱାଧୀନତାର ମହାନ ଉଦ୍ଦେଶ୍ୟ ପାଇଁ ବଳିଦାନର ପଥ ବାଛିଥିଲେ। ତାଙ୍କର ସାହସ ଓ ଦେଶ ପ୍ରତି

ଅଟୁଟ ନିଷ୍ଠା ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଚିରସ୍ଥାୟୀ ପ୍ରତୀକ ହୋଇ ରହିଛି। ତାଙ୍କର

ବଳିଦାନ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ନିଜ ସ୍ୱାର୍ଥଠାରୁ ରାଷ୍ଟ୍ରକୁ ସର୍ବୋପରି ରଖିବା ସହ

ସାହସ, ଦେଶପ୍ରେମ

ଓ କର୍ତ୍ତବ୍ୟବୋଧର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ପ୍ରେରଣା ଦେଇଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande