ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା
ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା । ଏହି ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ ଡ.ହରିବାବୁ
ପଦ୍ମଶ୍ରୀ ସଂଯୁକ୍ତା     ପାଣିଗ୍ରାହୀଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା


ଭୁବନେଶ୍ୱର, 24 ଅଗଷ୍ଟ (ହି.ସ.)- ପଦ୍ମଶ୍ରୀ

ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

ଓ ବିରୋଧୀ ଦଳ ନେତା ।

ଏହି ଅବସରରେ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି କହିଛନ୍ତି ଯେ, ମହାନ

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାର ସହ

ସ୍ମରଣ କରୁଛି। ଓଡ଼ିଶୀ ନୃତ୍ୟକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା ସହ ଆମ ସାଂସ୍କୃତିକ ଐତିହ୍ୟକୁ

ସମୃଦ୍ଧ କରିବାରେ ତାଙ୍କର ଅପାର ଅବଦାନ ସର୍ବଦା ପ୍ରେରଣାର ଏକ ଅମର ଉତ୍ସ ହୋଇ ରହିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ, ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ

ପ୍ରଣାମ। ଓଡ଼ିଶୀ ନୃତ୍ୟର ସମୃଦ୍ଧି ଓ ପ୍ରଚାର ପ୍ରସାର ଦିଗରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ

ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।

ଉପମୁଖ୍ୟମନ୍ତ୍ରୀ କେଭି

ସିଂହଦେଓ କହିଛନ୍ତି ଯେ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ

ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି। ଶାସ୍ତ୍ରୀୟ

ଓଡ଼ିଶୀ ନୃତ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ତାଙ୍କର

ଅତୁଳନୀୟ ଯୋଗଦାନ ସଦା ସର୍ବଦା ସ୍ମରଣୀୟ। ନିଜର ଜୀବନ୍ତ ଅଭିନୟ, ଭାବପୂର୍ଣ୍ଣ

ମୁଦ୍ରା ଓ ନୃତ୍ୟ ପ୍ରତି ନିଷ୍ଠା ମାଧ୍ୟମରେ ସେ ଓଡ଼ିଶାର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ

ଋଦ୍ଧିମନ୍ତ କରିଥିଲେ।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ କହିଛନ୍ତି ଯେ, ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ

ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶୀ ନୃତ୍ୟର ବିଶ୍ୱସ୍ତରରେ ପ୍ରସାରରେ ସେ ଅଗ୍ରଣୀ

ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶୀର ଗରିମା ବୃଦ୍ଧିରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା

ସ୍ମରଣୀୟ।

ସାଂସଦ ଧର୍ମେନ୍ଦ୍ର ପ୍ରଧାନ

କହିଛନ୍ତି ଯେ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀ

ଅବସରରେ ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande