ଡିଜିଟାଲ ଠକେଇ ମାମଲାରେ ଦୁଇ ଗିରଫ, ୫ ଦିନିଆ ରିମାଣ୍ଡରେ
ନୂଆଦିଲ୍ଲୀ, ଅଗଷ୍ଟ ୨୫ (ହି.ସ.) - ଗୋଆର ପ୍ରସିଦ୍ଧ ଡିଜିଟାଲ୍ ଗିରଫଦାରୀ ସାଇବର ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସାଇବର ଠକେଇରୁ ଆୟ ପ୍ରଥମେ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ନଗଦରେ ଏବଂ ପରେ ଅଧିକୃତ ମୁଦ୍ରା ପରିବର୍ତନ
ଡିଜିଟାଲ ଠକେଇ ମାମଲାରେ ଦୁଇ ଗିରଫ, ୫ ଦିନିଆ ରିମାଣ୍ଡରେ


ନୂଆଦିଲ୍ଲୀ, ଅଗଷ୍ଟ ୨୫ (ହି.ସ.) - ଗୋଆର ପ୍ରସିଦ୍ଧ ଡିଜିଟାଲ୍ ଗିରଫଦାରୀ ସାଇବର ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସାଇବର ଠକେଇରୁ ଆୟ ପ୍ରଥମେ ବ୍ୟାଙ୍କ ଆକାଉଂଟ ମାଧ୍ୟମରେ ନଗଦରେ ଏବଂ ପରେ ଅଧିକୃତ ମୁଦ୍ରା ପରିବର୍ତନକାରୀ କମ୍ପାନୀ ମାଧ୍ୟମରେ ବିଦେଶୀ ମୁଦ୍ରାରେ ରୂପାନ୍ତରିତ ହୋଇଥିଲା। ଏହି ନେଟୱାର୍କ ସହିତ ସଂଯୁକ୍ତ ସାଇବର ଆକାଉଂଟ ଗୁଡ଼ିକର ଲିଙ୍କ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ପଞ୍ଜୀକୃତ ୧୬୩ଟି ଏଫ୍. ଆଇ. ଆର ଏବଂ ୩୩୦ଟି ପୀଡ଼ିତ ଅଭିଯୋଗ ସହିତ ସଂଯୁକ୍ତ ଥିବା ଜଣାପଡ଼ିଛି।

ପ୍ରବର୍ତନ ନିର୍ଦ୍ଦେଶାଳୟର ପାନାଜୀ ଜୋନାଲ କାର୍ଯ୍ୟାଳୟ ଫାହିମ୍ ମୋଇନ୍ ହୁସେନ୍ ସୟିଦ୍ ଏବଂ ନଇମ୍ ମୋଇନ୍ ସୟିଦ୍ଙ୍କୁ ଅଗଷ୍ଟ ୨୩ ରେ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ), ୨୦୦୨ ର ଧାରା ୧୯ ଅନୁଯାୟୀ ଗିରଫ କରିଥିଲା। ଉଭୟଙ୍କୁ ଅଗଷ୍ଟ ୨୪ ରେ ଗୋଆର ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ସେମାନଙ୍କୁ ଅଗଷ୍ଟ ୨୯ ପର୍ଯ୍ୟନ୍ତ ପାଂଚ ଦିନିଆ ଇଡି ହେପାଜତକୁ ପଠାଇଥିଲେ।

ଉତର ଗୋଆ ସାଇବର କ୍ରାଇମ୍ ପୋଲିସ ଷ୍ଟେସନରେ ପଞ୍ଜୀକୃତ ଏଫ୍. ଆଇ. ଆର. ଆଧାରରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା, ଯେଉଁଥିରେ ଗୋଆର ଜଣେ ମହିଳାଙ୍କୁ ଡିଜିଟାଲ୍ ଗିରଫ' ନାମରେ ଠକି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ବିଶ୍ୱାସ କରାଯାଉଥିଲା ଯେ ସେ ତଦନ୍ତ ଅଧୀନରେ ଅଛନ୍ତି। ତା ପରେ ତାଙ୍କୁ ଭିଡିଓ କଲ୍ ମାଧ୍ୟମରେ ଧମକ ଦିଆଯାଇଥିଲା ଏବଂ କ୍ରମାଗତ ନଜରରେ ଥିବା ଦାବି କରାଯାଇଥିଲା ଏବଂ ମେ ୨୧ ରୁ ଜୁନ୍ ୨,୨୦୨୫ ମଧ୍ୟରେ ତାଙ୍କଠାରୁ ୨.୬୦ କୋଟିରୁ ଅଧିକ ଟଙ୍କା' ସିକ୍ରେଟ୍ ସୁପରଭିଜନ୍ ଆକାଉଂଟକୁ ସ୍ଥାନାନ୍ତର କରାଯାଇଥିଲା।

ଇଡି ଅନୁଯାୟୀ, ଠକେଇର ଆୟ କେବଳ ଅଭିଯୁକ୍ତଙ୍କ ମଧ୍ୟରେ ସୀମିତ ନଥିଲା ବରଂ ଏକ ସଂଗଠିତ ଆର୍ôଥକ ବ୍ୟବସ୍ଥାରେ ପ୍ରବାହିତ ହୋଇଥିଲା। ଏହି ଅର୍ଥରାଶି ପ୍ରଥମେ ନିଷ୍କ୍ରିୟ ଏବଂ ନୂତନ ଭାବେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଂଟ ଗୁଡ଼ିକର ପ୍ରାରମ୍ଭିକ ସ୍ତରକୁ ପଠାଯାଇଥିଲା ଏବଂ କିଛି ସମୟ ମଧ୍ୟରେ ୪୦୦ରୁ ଅଧିକ ହିତାଧିକାରୀ ଆକାଉଂଟକୁ ବିତରଣ କରାଯାଇଥିଲା। ଏହି ଆକାଉଂଟ ମାଧ୍ୟମରେ ବ୍ୟାଙ୍କ ସ୍ଥାନାନ୍ତର, ନଗଦ ଉଠାଣ, ସ୍ୱୟଂ ଯାଂଚ ଏବଂ ପେମେଂଟ ଗେଟୱେ ସମେତ ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ପାଣ୍ଠି ପଠାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande