ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରୁ ୫ ଫୁଟ୍ ଲମ୍ବର କୁମ୍ଭୀର ଉଦ୍ଧାର
ମାଲକାନଗିରି, ୨୫ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ପ୍ରବଳ ବେଗରେ ବର୍ଷା ହେଉଥିବାରୁ ଜଙ୍ଗଲରୁ ପଶୁ ଓ ସରୀସୃପ ସହର ମୁଖା ହୋଇଛନ୍ତି। ସୋମବାର ରାତ୍ରରେ ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରୁ ଏକ ୫ ଫୁଟ୍ ଲମ୍ବର କୁମ୍ଭୀରକୁ ସୁରକ୍ଷିତ ଭାବେ ବନ ବି
ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତା ରୁ ୫ ଫୁଟ୍ ଲମ୍ବର କୁମ୍ଭୀର ଉଦ୍ଧାର


ମାଲକାନଗିରି, ୨୫ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ପ୍ରବଳ ବେଗରେ ବର୍ଷା ହେଉଥିବାରୁ ଜଙ୍ଗଲରୁ ପଶୁ ଓ ସରୀସୃପ ସହର ମୁଖା ହୋଇଛନ୍ତି। ସୋମବାର ରାତ୍ରରେ ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରୁ ଏକ ୫ ଫୁଟ୍ ଲମ୍ବର କୁମ୍ଭୀରକୁ ସୁରକ୍ଷିତ ଭାବେ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ଚିତ୍ରକୋଣ୍ଡା ଘାଟି ରାସ୍ତାରେ ଏକ କୁମ୍ଭୀର ବୁଲୁଥିବା ନେଇ ବନ ବିଭାଗକୁ କିଛି ଲୋକ ଖବର ଦେଇଥିଲେ । ଖବର ପାଇବା କ୍ଷଣି ବନ ବିଭାଗର କର୍ମଚାରୀମାନେ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା କୁମ୍ଭୀରଟି ବର୍ତ୍ତମାନ ଡାକ୍ତରୀ ପର୍ଯ୍ୟବେକ୍ଷଣ ଅଧୀନରେ ରଖାଯାଇଛି। ତାହାର ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଥିବା ନିଶ୍ଚିତ ହେବା ପରେ, ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କୁମ୍ଭୀରଟିକୁ ପ୍ରାକୃତିକ ବାସସ୍ଥାନରେ ଛଡ଼ାଯିବ ବୋଲି ବନଖଣ୍ଡ ଅଧିକାରୀ ସାଇ କିରଣ ସୂଚନା ଦେଇଛନ୍ତି । ବନ ବିଭାଗର ଏଭଳି ତତ୍ପରତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande