
କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ୍ ଜମଧର ପଂଚାୟତ ଅନ୍ତର୍ଗତ ଯୁଇଦାସପୁର ଗାଁର ଦମୟନ୍ତୀ ରାଉତଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା' ଯୋଜନାରେ ସହାୟତା ପ୍ରଦାନ କରାଯାଇଛି। କିଛିଦିନ ପୂର୍ବେ ଦମୟନ୍ତୀ ସ୍ୱାମୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ୟୁବରଣ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁର କିଛିଦିନ ପରେ ଏକ ଦୁର୍ଘଟଣାରେ ଶିକାର ହୋଇ ଦମୟନ୍ତୀଙ୍କ ଏଇମାତ୍ର ପୁଅ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ପୁଅ ଓ ସ୍ୱାମୀଙ୍କୁ ହରାଇ ଏକାକୀ ଭାଙ୍ଗି ପଡ଼ିଥିଲେ ଦମୟନ୍ତୀ। କିନ୍ତୁ ଦମୟନ୍ତୀଙ୍କ ଦିବଙ୍ଗତ ପୁଅ ପ୍ରକାଶ ଚନ୍ଦ୍ର ରାଉତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା' ଯୋଜନାରେ ସାମିଲ ହୋଇଥିଲେ। ପ୍ରକାଶଙ୍କ ମୃତ୍ୟୁପରେ ତାଙ୍କ ମା’ ଦମୟନ୍ତୀଙ୍କୁ ଏସ୍ବିଆଇ କଲେଜରୋଡ଼ ଶାଖା ତରଫରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏସ୍ବିଆଇ କଲେଜରୋଡ଼ ଶାଖା ପରିଚାଳକ ପ୍ରିତମ ସାମନ୍ତରାୟ ଏବଂ ଦୁହୁରିଆ ଏସ୍ବିଆଇ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ଅସିତ୍ ମହାନ୍ତି ଦମୟନ୍ତୀଙ୍କୁ ବୀମା ରାଶି ପ୍ରଦାନ କରିଥିଲେ। ବୀମା ଅର୍ଥ ପାଇବା ପରେ ଦମୟନ୍ତୀଙ୍କ ଜୀବନରେ ଆଶାର କିରଣ ପ୍ରକାଶ ପାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି