ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା
ଭବାନୀପାଟଣା, ୨୫ ଅଗଷ୍ଟ (ହି.ସ.)- ଆଜି ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ କଳାହାଣ୍ଡି ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ
ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ


ଭବାନୀପାଟଣା, ୨୫ ଅଗଷ୍ଟ (ହି.ସ.)- ଆଜି ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଭବାନୀପାଟଣା ଠାରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରଶାସନ କଳାହାଣ୍ଡି ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସୁଶ୍ରୀ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଅତିରିକ୍ତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା, ଡିଏସପି ଶ୍ରୀ କୁଲ୍ଲୁ ଏବଂ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ବିଭିନ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ଯଥା ବାଲ୍ୟବିବାହ ପ୍ରଥାର ନିରାକରଣ, ଶିଶୁ ଶ୍ରମିକ ପ୍ରଥା ନିବାରଣ, ଶିଶୁ ଭିକ୍ଷାବୃ୍ତି ଉଚ୍ଛେଦ ଏବଂ ଶିଶୁ ଚାଲାଣ ରୋକିବା ଦିଗରେ ବିଭିନ୍ନ ଆଲୋଚନା ସବୁ କରାଯାଇଥିଲା। ଜିଲ୍ଲାରେ ହେଉଥିବା ଏହି ସମସ୍ୟା ସବୁକୁ କିପରି ରୋକା ଯାଇପାରିବ ଏବଂ ଏ ଦିଗରେ ସରକାରୀ ବ୍ୟବସ୍ଥା, ପୋଲିସ ସେବା, ସରକାରୀ ଯୋଜନା, ସରକାରୀ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ, ଅଣସରକାରୀ ସଂସ୍ଥା ମାନଙ୍କ ସହଯୋଗ ଓ ସମସ୍ତଙ୍କର ସମନ୍ୱୟ ରକ୍ଷା କରି କିପରି ଶିଶୁମାନଙ୍କ ଅଧିକାର ସୁନିଶ୍ଚିତ କରାଯାଇପାରିବ ଓ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ସମ୍ପର୍କରେ ୟୁନିସେଫ ଓଡିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ଘାସିରାମ ପଣ୍ଡା, ବଲାଙ୍ଗୀର ଜିଲ୍ଲାର ପୂର୍ବତନ ଡିସିପିଓ ଶ୍ରୀମତି ଲକ୍ଷ୍ମୀ ସିଂହ ଏବଂ ଅବସରପ୍ରାପ୍ତ ପ୍ରଫେସର ତଥା ପୂର୍ବତନ ସି ୱ ସି ର ଅଧ୍ୟକ୍ଷ ଡ. ଅଜୟ ମିଶ୍ର ରିସୋର୍ସ ପର୍ସନ ଭାବରେ ଯୋଗଦେଇ ନିଜର ମତ ପୋଷଣ କରିଥିଲେ ଏବଂ ପ୍ରତିଭାଗୀ ମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ପୋଲିସ ବିଭାଗର ଡିଏସପି, ଅତିରିକ୍ତ ଏସପି, ସମସ୍ତ ଥାନାର ମହିଳା ଓ ଶିଶୁ ଡେସ୍କ ଅଫିସର, ଶ୍ରମ ବିଭାଗର ଅଧିକାରୀ, ପଞ୍ଚାୟତିରାଜ ବିଭାଗର ଅଧିକାରୀ, ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ସିଡ଼ିପିଓ, ସମସ୍ତ ଏନଏସି ଓ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମିଶନ ଶକ୍ତି ବିଭାଗ, ବିଭିନ୍ନ ଏ ନ. ଜି. ଓ.ର କର୍ମକର୍ତ୍ତା, ଚାଇଲ୍ଡ ହେଲ୍ପଲାଇନ, ଶିଶୁ ମଙ୍ଗଳ ସମିତିର ସଦସ୍ୟ/ ସଦସ୍ୟା, କିଶୋର ନ୍ୟାୟ ବୋର୍ଡର ସଦସ୍ୟ/ ସଦସ୍ୟା, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ। କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ଡିସିପିଓ ଶୈଳେନ୍ଦୁ ଶେଖର ମହାପାତ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ କର୍ତ୍ତଵ୍ୟ ସଂସ୍ଥାର ଅଶୋକ କୁମାର ପଟ୍ଟନାୟକ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande