ସାପ କାମୁଡ଼ାରେ ନାବାଳକର ମୃତ୍ୟୁ
ମାଲକାନଗିରି, ୨୫ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ବିଷଧର ସାପ କାମୁଡ଼ାରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଲେ ବଡିଗେଟା ପଞ୍ଚାୟତ ଅନ୍ତର୍ଗତ ଟେକଗୁଡା କଲୋନୀ ଗ୍ରାମର ଶ୍ୟାମ କାନ୍ତିରିଙ୍କ ପୁଅ ରାମକୃଷ୍ଣ କାନ୍ତିରି (୧୭) ବୋଲି ଜଣାପଡ଼ିଛି
ସାପ କାମୁଡ଼ାରେ ନାବାଳକର ମୃତ୍ୟୁ


ମାଲକାନଗିରି, ୨୫ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ବିଷଧର ସାପ କାମୁଡ଼ାରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଲେ ବଡିଗେଟା ପଞ୍ଚାୟତ ଅନ୍ତର୍ଗତ ଟେକଗୁଡା କଲୋନୀ ଗ୍ରାମର ଶ୍ୟାମ କାନ୍ତିରିଙ୍କ ପୁଅ ରାମକୃଷ୍ଣ କାନ୍ତିରି (୧୭) ବୋଲି ଜଣାପଡ଼ିଛି।

ମୃତକଙ୍କ ବାପା ଶ୍ୟାମ କାନ୍ତିରିଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପରିବାରର ସମସ୍ତେ ରାତ୍ରି ଭୋଜନ ସାରି ଶୋଇପଡ଼ିଥିବା ବେଳେ ରାମକୃଷ୍ଣ ମଧ୍ୟ ନିଜ ବିଛଣାରେ ଶୋଇଥିଲେ। ଏହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିବା ପରିବାର ଲୋକେ କହିଛନ୍ତି। ସାପ କାମୁଡ଼ିବାରୁ ସେ ବାନ୍ତି କରିଥିଲା। ତୁରନ୍ତ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକ ଆଣିଥିଲେ, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande