ଲଗାଣ ବର୍ଷାର ପ୍ରକୋପ: ଦୁଇଟି ପୃଥକ୍ ନାଳରୁ ଦୁଇ ମୃତଦେହ ଉଦ୍ଧାର
ଚମ୍ପୁଆ, ୨୫ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡ଼ବିଲ ଅଂଚଳରେ ଦେଖାଦେଇଛି ଲଗାଣ ବର୍ଷାର କରାଳ ରୂପ। ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଂଚଳର ବିଭିନ୍ନ ନାଳଗୁଡ଼ିକରେ ଜଳସ୍ତର ବିପଦଜନକ ଭାବେ ବୃଦ୍ଧି ପାଇଥିବା ବେଳେ, ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଦୁଇଜଣ ବ୍ୟକ୍ତିଙ୍କର
ଲଗାଣ ବର୍ଷାର ପ୍ରକୋପ: ଦୁଇଟି ପୃଥକ୍ ନାଳରୁ ଦୁଇ ମୃତଦେହ ଉଦ୍ଧାର


ଚମ୍ପୁଆ, ୨୫ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ବଡ଼ବିଲ ଅଂଚଳରେ ଦେଖାଦେଇଛି ଲଗାଣ ବର୍ଷାର କରାଳ ରୂପ। ପ୍ରବଳ ବର୍ଷା ଯୋଗୁଁ ସ୍ଥାନୀୟ ଅଂଚଳର ବିଭିନ୍ନ ନାଳଗୁଡ଼ିକରେ ଜଳସ୍ତର ବିପଦଜନକ ଭାବେ ବୃଦ୍ଧି ପାଇଥିବା ବେଳେ, ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଦୁଇଜଣ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ଘଟିଛି। ଆଜି ଦୁଇଟି ପୃଥକ୍ ନାଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବଡ଼ବିଲ ଥାନା ଅନ୍ତର୍ଗତ ରାଇକା ଅଂଚଳର ରାଇକା ନାଳରୁ ସୁକୁମାର ମୁଣ୍ଡା ନାମ୍ନୀ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଦଲକି ନାଳରୁ ଠାକୁରାଣୀ ବୁରୁ ହଟିଙ୍ଗ ଅଂଚଳର ଜିତେନ୍ ସାମନ୍ତଙ୍କ ମୃତଦେହ ମିଳିଛି। ଉଭୟ ମୃତକ ଗତ କିଛି ଦିନ ହେବ ବର୍ଷା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଥିବା ନେଇ ପରିବାର ଲୋକେ ଆଶଙ୍କା ପ୍ରକାଶ କରୁଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବଡ଼ବିଲ ଥାନା ପୋଲିସ ତୁରନ୍ତ ଉଭୟ ଘଟଣାସ୍ଥଳରେ ପହଂଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିବା ସହ ଜବତ କରିଛି। ପୋଲିସ ଏହି ସମ୍ପର୍କରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande