
କନ୍ଧମାଳ, ୨୫ ଅଗଷ୍ଟ (ହି.ସ.)- ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ସନ୍ତାନ ପାଇଁ ଜଣେ ଗୁଣିଆ ପାଖରୁ ଔଷଧ ଖାଇ ଗତକାଲି ସ୍ତ୍ରୀ ର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରିଥିବା ବେଳେ ଆଜି ସ୍ୱାମୀର ମଧ୍ୟ ମୃତ୍ୟୁ ଘଟିଛି l ତେବେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଫୁଲବାଣୀ ବ୍ଲକ ଗୋଚ୍ଛାପଡା ଥାନା ଅଧୀନ କଟ୍ରିଙ୍ଗିଆ ପଞ୍ଚାୟତର ନେଡି ପଙ୍ଗା ଗାଁରେ। ଏହି ନେଡି ପଙ୍ଗା ଗାଁରେ କାହ୍ନୁ କହଁର (୩୫) ଏବଂ ଏବଂ ସ୍ତ୍ରୀ ଲଳିତା କହଁରଙ୍କର ପ୍ରାୟ ୧୫ ବର୍ଷ ପରେ ବି ସନ୍ତାନ ସନ୍ତତି ନ ହେବାରୁ ଉଭୟେ ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଗୁଣିଆର ସାହାରା ନେଇ ସନ୍ତାନ ହେବ କହି ତା' ଠାରୁ ଔଷଧ ଆଣି ଖାଇଥିଲେ l ତେବେ ଔଷଧ ଖାଇବା ପରେ ଉଭୟେ ଗୁରୁତର ହୋଇ ପଡି ଛଟପଟ ହେଉଥିବା ବେଳେ ଫୁଲବାଣୀ ମେଡିକାଲକୁ ପରିବାର ଲୋକେ ଆଣିଥିଲେ l ଖବର ପାଇ ଫୁଲବାଣୀ ମେଡିକାଲରେ ପହଁଞ୍ଚି କଟ୍ରିଙ୍ଗିଆ ସରପଞ୍ଚଙ୍କ ସ୍ୱାମୀ ଘନ କୁମାର ଶବର ଉଭୟଙ୍କୁ ରାତି ପ୍ରାୟ ଦଶଟା ପରେ ଆମ୍ବୁଲାନ୍ସ ସାହାଯ୍ୟରେ ଫୁଲବାଣୀରୁ ବ୍ରହ୍ମପୁର ପଠାଇଥିଲେ। ବ୍ରହ୍ମପୁର ମେଡିକାଲ ପହଞ୍ଚିବା ପରେ ଗୁରୁତର ଲଳିତା କହଁରଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଲଳିତାଙ୍କ ସ୍ୱାମୀ କାହ୍ନୁ କହଁର ମଧ୍ୟ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ l ତେବେ ଅନ୍ଧ ବିଶ୍ୱାସ ର ବଶବର୍ତ୍ତୀ ହୋଇ ଛୁଆ ଜନ୍ମ ପାଇଁ ଗୁଣିଆର ସାହାରା ନେଇ ଔଷଧ ଖାଇ ଏଭଳି ଘଟିଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l ମୃତ ମହିଳାଙ୍କ ଶବ ମେଡିକାଲରୁ ଫେରି ଶବ ଦାହ କରିଥିବା ବେଳେ ମୃତକଙ୍କ ସ୍ୱାମି ଗୁରୁତର ଅବସ୍ଥାରେ ମେଡିକାଲରୁ ପୁଣି ନିଜ ସ୍ତ୍ରୀ ର ମୃତ୍ୟୁ ଘଟିଥିବାରୁ ଗାଁକୁ ଫେରିଥିଲେ ହେଲେ ଗାଁକୁ ଫେରି ନିଜେ ମଧ୍ୟ ମଙ୍ଗଳ ବାର ସକାଳ ୯ଟା ମୃତ୍ୟୁ ବରଣ କରିଛନ୍ତି l ଏହି ଘଟଣାରେ ଗ୍ରାମବାସୀ ଓ କଂଗ୍ରେସ ନେତା ଘନ କୁମାର ଶବର ଔଷଧ ଦେଇଥିବା ଗୁଣିଆ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l ସେପଟେ ପରିବାର ଲୋକେ ଗୁଣିଆ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି l କାନ ଫୁଲ ଗୋଟେ, ସୁନା ହାର୍ ଓ ୧ ଲକ୍ଷ ଚାଳିଶ ହଜାର ଟଙ୍କା ନେଇଛନ୍ତି ପ୍ଲାଷ୍ଟିକ ବୋତଲରେ ଔଷଧ ଦେଇଥିଲେ ଗୁଣିଆ।
କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁରଙ୍କ ସ୍ୱାମୀ ଘନ କୁମାର ଶବର ଓ ବହୁ ବରିଷ୍ଠ ବ୍ୟକ୍ତି ଜନସାଧାରଣ ଶବ ଦାହ ବେଳେ ଯୋଗ ଦେଇଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ