
କେନ୍ଦ୍ରାପଡ଼ା, ୨୫ ଅଗଷ୍ଟ(ହି.ସ.) – ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ତୃତୀୟ ଥର ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର କନିକା ବ୍ଲକ୍ ଅନ୍ତର୍ଗତ ଧୋୟା ଅଂଚଳର ସମେତ ବିଭିନ୍ନ ଗାଁ ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି। ଯଦିଓ କେତେକ ସ୍ଥାନରେ ବନ୍ୟାଜଳ କମିବାରେ ଲାଗିଛି, ତଥାପି ବନ୍ୟା ପୀଡ଼ିତଙ୍କ ଦୁଃଖ ଓ ଦୁର୍ଦ୍ଦଶା କମିନାହିଁ। କେଉଁଠି ଘରେ ପାଣି ପଶିଛି ତ କେଉଁଠି ଚୁଲିରେ ପାଣି ପଶିବା ଯୋଗୁଁ ରୋଷେଇ ବନ୍ଦ ହୋଇଯାଇଛି। ଏହି ବନ୍ୟାରେ ଧାରକରଜ କରି ଚାଷ କରିଥିବା ଚାଷୀମାନଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଅନେକ ପରିବାର ଜୀବନ ଓ ଜୀବିକା ନେଇ ଚିନ୍ତାରେ ଅଛନ୍ତି। ଏଭଳି ଦୁର୍ଦ୍ଦିନରେ ଅସହାୟ ସାହାରା ସାଜିଛନ୍ତି ଦେମାଳ ଗ୍ରାମ ପଂଚାୟତ ମହାସଙ୍ଗ ଧୋୟା ଅଂଚଳର ବିଭିନ୍ନ ବନ୍ୟା ପ୍ରଭାବିତ ସ୍ଥାନକୁ ଯାଇ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଛନ୍ତି ଏହି ମାନବିକ ପଦକ୍ଷେପ ଫଳରେ ଦୁର୍ଦ୍ଦିନରେ ଥିବା ଗରିବ ଓ ଅସହାୟ ପରିବାରଗୁଡ଼ିକ କିଛିଟା ଆଶ୍ୱସ୍ତ ହୋଇପାରିଛନ୍ତି। ଏଭଳି ସେବା ଓ ସହଯୋଗକୁ ଅଂଚଳବାସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି। ରେଖା ଜେନା, ସ୍ୱାଗତିକା ବେହେରା, ସମିତାରାଣୀ ବେହେରା, ମିନତୀ ସାମଲ, ମନୋରମା ସେନାପତି, ରଶ୍ମିତା ସେନାପତି, ମଞ୍ଜୁଲତା ସାମଲ, ଉର୍ବଶୀ ସିଂହ, ଅନୁପମା ଦାସ, ଗୀତାଞ୍ଜଳି ଲାହା, ରେଣୁକା ମଲ୍ଲିକ, ବୋଉଳଲତା ଦାସ, ଯଶୋଧା ମଲ୍ଲିକ, ସୌଦାମିନି ବେହେରା, ଗ୍ରିରୀବାଳା ରାୟ, ଅନୁସୟା ନାୟକ, ସରସ୍ୱତୀ ବିଶ୍ୱାଳ, ଅନ୍ନପୂର୍ଣ୍ଣା ଦାସ, ଜୟନ୍ତୀ ପୂଜାରୀ, ସଯୁକ୍ତା ରାୟ, ଶୈଳବାଳା ମହାନ୍ତି, ଖରୀଆ ଦଶୀପୁର ହାବଳଗଣ୍ଡ ପରି ମୁକୁନ୍ଦପୁର ଅଂଚଳର ବିକାଶ ଓ ଲୋକଙ୍କ ସମସ୍ୟା ସମାଧାନ ପାଇଁ ମଧ୍ୟ ସଦସ୍ୟମାନେ ନିଆରା ଢଙ୍ଗରେ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳିଛି।”
.......................................
ହିନ୍ଦୁସ୍ଥାନ ସମାଚାର / ରବି