
ଗଞ୍ଜାମ, ୨୫ ଅଗଷ୍ଟ (ହି.ସ.)- ଚାକିରୀ କରାଇଦେବା ନାମରେ ଦେଢ଼ କୋଟି ଟଙ୍କାର ଠକେଇ ମାମଲାରେ ବୈଦ୍ୟନାଥପୁର ଥାନା ମାମଲା ନମ୍ବର ଦୁଇଶହ ସତାଶିରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।
ମନୋରଞ୍ଜନ ମହାନ୍ତି ଅଭିଯୋଗ କରିଥିଲେ ଯେ, ଜଗଦୀଶ କୁମାର ବେହେରା ଓ ତା'ର ସହଯୋଗୀ ସରକାରୀ ଚାକିରି ଦେବା ନାମରେ ଏକ କୋଟି ପଚାଶ ଲକ୍ଷ ପଚାଶ ହଜାର ଚାରିଶହ ଅଠାନବେ ଟଙ୍କା ଠକି ନେଇଛନ୍ତି। ସେ ବେକାର ଯୁବକଙ୍କ ଠାରୁ ଟଙ୍କା ନେଇ ଆକ୍ସିସ ଓ ଏଚଡିଏଫସି ବ୍ୟାଙ୍କରୁ ଡିବିଏସ ବ୍ୟାଙ୍କ ଏସପ୍ଲାନେଡ ଶାଖାକୁ ପଠାଇଥିଲେ। ଅଠାନବେ ଲକ୍ଷ ଟଙ୍କା ନଗଦ ଦେଇଥିଲେ ଓ ପିଲାଙ୍କ ମୂଳ ପ୍ରମାଣପତ୍ର ମଧ୍ୟ ରଖିଥିଲେ।
ଜଗଦୀଶ କୁମାର ବେହେରା (୨୯), ତାଙ୍କ ପତ୍ନୀ ବନିତା ବେହେରା(୩୬), ସେଗିଡି ସାହି, ଗୋପାଳପୁର, ଅଜିତ ପଣ୍ଡା (୨୪), ମରଦା, ପୁରୀ
ଶିଶିର କୁମାର ମିଶ୍ର (୫୪), କେନ୍ଦ୍ରାପଡ଼ା
ଲିଟୁ ସ୍ୱାଇଁ (୨୬), ଜଟଣୀଙ୍କୁ ପୁଲିସ ଗିରଫ କରିଛି।
ନକଲି ନିଯୁକ୍ତି ପତ୍ର ଓ ଟଙ୍କା ରସିଦ ଜବତ କରିଛି ପୋଲିସ l ଏହାକୁ ନେଇ ପୁଲିସ ଜନସାଧାରଣଙ୍କୁ ପରାମର୍ଶ ଦେଇଛି ଯେ, ସରକାରୀ ଚାକିରି ନାମରେ କେହି ଟଙ୍କା ମାଗିଲେ ଦିଅନ୍ତୁ ନାହିଁ । ସନ୍ଦେହ ହେଲେ ଏକ ଏକ ଦୁଇରେ ଫୋନ କରନ୍ତୁ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ