ସିପିଆଇ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ
Jan sampark yatra by CPI
Jan sampark yatra by CPI


ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.) - ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାରା ଦେଶରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଜନଅଧିକାର ଲଢ଼େଇକୁ ତୀବ୍ର କରିବା ଉଦ୍ଦେଶ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ଏହି ପଦଯାତ୍ରା ଅଗଷ୍ଟ ୨ ରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବିଭିନ୍ନ ଗାଁ, ସାହି ଓ ବସ୍ତିରେ ଅନୁଷ୍ଠିତ ହେଉଛି।

ଏହି କ୍ରମରେ ମଙ୍ଗଳବାର ଝାରସୁଗୁଡ଼ା ବିଟିଏମ୍ ଏଆଇଟିସିୟୁ ଅଫିସରୁ ଏକ ବିଶାଳ ପଦଯାତ୍ରା ବାହାରି କାଲିମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜାତୀୟ ପରିଷଦ ସଦସ୍ୟ ତଥା ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ପ୍ରସାଦ ସିଂ ଦେଓ , ଜିଲ୍ଲା ସମ୍ପାଦକ ସାରଙ୍ଗଧର ମିଶ୍ର, ବିଟିଏମ୍ ୟୁନିୟନ୍ ସମ୍ପାଦକ ଶଙ୍କର ବିଶୋଇ , ସୁନ୍ଦରଗଡ଼ ଜିଲ୍ଲା ସମ୍ପାଦକ ସନ୍ତୋଷ କୁଆଁର, ରାଉରକେଲା ସୂତାକଳ ନେତା ରମାକାନ୍ତ ସାହୁ, ନନ୍ଦକୁମାର ପ୍ରଧାନ, ଦେବନାରାୟଣ ନାଏକ, ସୁରୋଜ କୁମାର ବଢ଼େଇ, ପ୍ରମୁଖ ବହୁ କର୍ମୀ ଓ ନେତା ଅଂଶଗ୍ରହଣ କରିଥିଲେ।

ଏହି ପଦଯାତ୍ରା ମାଧ୍ୟମରେ ଦରଦାମ ବୃଦ୍ଧି ରୋକିବା, ଯୁବକ-ଯୁବତୀଙ୍କୁ କର୍ମନିଯୁକ୍ତି, କୃଷକଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ର ଆଇନଗତ ଗ୍ୟାରେଂଟି, ଶ୍ରମିକ ବିରୋଧୀ କୋଡ୍ ବାତିଲ୍ ଏବଂ ଲୋକଙ୍କର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି। ଆସନ୍ତା ସେପ୍େଟମ୍ବର ୧ ତାରିଖରେ ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଦିଲ୍ଲୀ ଚାଲ ଆହ୍ୱାନରେ ଏକ ବିଶାଳ ପରିବର୍ତନ ଜରୁରୀ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ପାର୍ଟି ପକ୍ଷ ରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande