ଓରିଏଣ୍ଟ ପୋଲିସ ଦ୍ଵାରା ନିଖୋଜ ମହିଳା ଉଦ୍ଧାର
Missing woman rescued by Orient Police
ଓରିଏଣ୍ଟ ପୋଲିସ ଦ୍ଵାରା ନିଖୋଜ ମହିଳା ଉଦ୍ଧାର


ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ପୋଲିସ ଦୀର୍ଘ ଦିନ ଧରି ନିଖୋଜ ଥିବା ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ସୋମବାର ଉଦ୍ଧାର କରିଛି |

ଉଦ୍ଧାର ହୋଇଥିବା ମହିଳା ଜଣକ ହେଉଛନ୍ତି ଓରିଏଣ୍ଟ ଥାନା ଅନ୍ତର୍ଗତ ବାବାମଠିଆ ଅଞ୍ଚଳର ଜଟାଧାରୀ ନାତିଆଙ୍କ ସ୍ତ୍ରୀ ସୁନ୍ଦରୀ ନାତିଆ (୫୨)। ଓରିଏଣ୍ଟ ଥାନା ମାମଲା ନଂ ୪/୨୦୨୩ ଆଧାରରେ ତଦନ୍ତ କରି ପୋଲିସ ତାଙ୍କୁ ଖୋଜି ବାହାର କରିବାରେ ସଫଳ ହୋଇଛି। ଆଞ୍ଚଳିକ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ପ୍ରତି ଓରିଏଣ୍ଟ ପୁଲିସର ଏହି ତ୍ୱରିତ ଓ ନିଷ୍ଠାପର ପଦକ୍ଷେପକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande