
ବୌଦ୍ଧ, ୨୫ ଅଗଷ୍ଟ (ହି.ସ.)- କାର୍ଯ୍ୟରେ ଅବହେଳାକୁ ନେଇ ବୌଦ୍ଧ ଥାନା ସବ୍ ଇନ୍ସପେକ୍ଟର ଚନ୍ଦନ ଜେନା ଏବଂ ମନମୁଣ୍ଡା ଥାନା କନଷ୍ଟେବଳ ବିସମନ ମାଝୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି ।
ଠିକ୍ ସମୟରେ କେସ୍ ର ଚାର୍ଜସିଟ୍ ଦାଖଲ କରିନଥିବାରୁ ସବ୍ ଇନ୍ସପେକ୍ଟର ଚନ୍ଦନ ଜେନାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ସେହିପରି ଗଞ୍ଜେଇ ଚଢ଼ଉରେ ଜବତ ଜିନିଷ ହେରଫେର୍ ଘଟଣାରେ କନଷ୍ଟେବଳ ବିସମନ ମାଝୀଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ