ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨ ସ୍ଥାନରେ ଅତି ଭୀଷଣ ବର୍ଷା, ୮ ସ୍ଥାନରେ ଭୀଷଣ ବର୍ଷା : ଦେବଗଡ଼ ଜିଲ୍ଲାର ବାରକୋଟରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨ଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୮ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଦେବଗଡ଼ ଜିଲ୍ଲାର ବାରକୋଟରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୧୧୭.୮ ମି.ମି., ରାୟଗଡ଼
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨ ସ୍ଥାନରେ ଅତି ଭୀଷଣ ବର୍ଷା, ୮ ସ୍ଥାନରେ ଭୀଷଣ ବର୍ଷା : ଦେବଗଡ଼ ଜିଲ୍ଲାର ବାରକୋଟରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨ଟି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୮ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଦେବଗଡ଼ ଜିଲ୍ଲାର ବାରକୋଟରେ ସର୍ବାଧିକ ୧୬୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୧୧୭.୮ ମି.ମି., ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ୧୧୫.୦ ମି.ମି., ବଲାଙ୍ଗିର ଜିଲ୍ଲାର ବଲାଙ୍ଗିରରେ ୧୦୧.୦ ମି.ମି., ସୋନପୁର ଜିଲ୍ଲାର ତରଭାରେ ୯୮.୬ ମି.ମି., କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୯୭.୦ ମି.ମି., ବରଗଡ଼ ଜିଲ୍ଲାର ବରଗଡ଼ରେ ୯୫.୮ ମି.ମି., କଳାହାଣ୍ଡି ଜିଲ୍ଲାର କଲମପୁରରେ ୭୫.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟାରେ ୭୦.୦ ମି.ମି., ଟେନସାରେ ୬୮.୮ ମି.ମି., ବୌଦ୍ଧ ଜିଲ୍ଲାର କଂଟାମାଳରେ ୬୨.୦ ମି.ମି., କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରେ ୫୩.୮ ମି.ମି. ଏବଂ ବଲାଙ୍ଗିର ଜିଲ୍ଲାର ସାଲେଭଟ୍ଟାରେ ୫୩.୪ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande