
ରାଉରକେଲା, ୨୫ ଅଗଷ୍ଟ (ହି.ସ.)- ସାପ କାମୁଡ଼ାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗ୍ରାମରେ ।
ଖାଇ ସାରି ଘରେ ରାତିରେ ଶୋଇଥିବା ବେଳେ ସାପ କାମୁଡିଥିବା ସୂଚନା ମିଳିଛି । ମୃତ ଭାଇର ବୟସ ୭ ବର୍ଷ ଏବଂ ଭଉଣୀର ବୟସ ୧୦ ବର୍ଷ । ପରିବାର ଲୋକ ଏହା ଜାଣିବା ପରେ ତୁରନ୍ତ ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ । ତେବେ ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ