
ମାଲକାନଗିରି, ୨୫ ଅଗଷ୍ଟ (ହି.ସ.)- ଚିତ୍ରକୋଣ୍ଡା ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରି ଖିଲଙ୍କ ଅଧକ୍ଷତାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚିତ୍ରକୋଣ୍ଡା ଜୋନ - ୨ ଜିଲ୍ଲାପରିଷଦ ସଭ୍ୟା ବିନତି ଖିଲ, ଚିତ୍ରକୋଣ୍ଡା ବିଡିଓ ପ୍ରୀତା କୁମାର, ଚିତ୍ରକୋଣ୍ଡା ବ୍ଲକ ଉପାଧ୍ୟକ୍ଷ ପଦ୍ମନାଭ ଦାମୀ, ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼, ଚିତ୍ରକୋଣ୍ଡା ପଞ୍ଚାୟତ ସମିତିର ସମସ୍ତ ସମିତିସଭ୍ୟ, ସରପଞ୍ଚ ଏହାସହ ସମସ୍ତ ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବୈଠକରେ ମୁଖ୍ୟତଃ ଚିତ୍ରକୋଣ୍ଡା ପଞ୍ଚାୟତରେ ଚାଲିଥିବା ଜଳ ଯୋଗାଣ ପ୍ରକଳ୍ପ ତିନି ବର୍ଷରୁ ଅଧିକ ସମୟ କାମ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ ସେ ବିଷୟରେ ଆଲାଚୋନା ହୋଇଥିଲା। ଏହା ସହ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ଚିତ୍ରକୋଣ୍ଡାରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଅନ୍ୟ ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଆଜି ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ଠାରେ ଆରମ୍ଭ ହୋଇପାରିନାହିଁ ସେଥିପାଇଁ ଉପସ୍ଥିତ ଥିବା ସମସ୍ତ ସମିତିସଭ୍ୟ ଓ ସରପଞ୍ଚ ସମସ୍ତ କାର୍ଯ୍ୟଳୟ ଚିତ୍ରକୋଣ୍ଡା ଠାରେ ଶୀଘ୍ର ଆରମ୍ଭ କରିବାପାଇଁ ଦାବି ଉପସ୍ଥାପନ କରିଥିଲେ। ଏହାସହ ଚିତ୍ରକୋଣ୍ଡାରେ ଆଜି ପର୍ଯ୍ୟନ୍ତ ଜନ୍ମ ମୃତ୍ୟୁ ପଞ୍ଜିକରଣ ଆରମ୍ଭ ହୋଇପାରିନଥିବରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ। ଏହା ସହ ବୈଠକରେ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ହେବାସହ ଆଲଚୋନା ହୋଇଥିଲା। ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ପ୍ରତ୍ୟେକ ଗାଁ ରେ ସହରର ସୁବିଧା ଦେବାପାଇଁ ପ୍ରତ୍ୟେକ ଗାଁ ରେ ଆଦର୍ଶ ଶ୍ମଶାନ, ଆଦର୍ଶ ଖେଳପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ଓ ସମସ୍ତ ପ୍ରକାର ସୁବିଧା ଗ୍ରାମରେ କିପରି ଯୋଗେଇ ଦେଇହେବ ସେ ବିଷୟରେ ଆଲୋଚନା ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ