ଗଞ୍ଜେଇ ଚାଷ ଠାରୁ ଦୁରେଇ ରହିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି , ୨୫ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଂଚାୟତରେ ଗଞ୍ଜେଇ ଚାଷ ବିରୋଧରେ ଅଂଚଳବାସୀଙ୍କୁ ନେଇ ଏକ ସଚେତନତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାଲିମେଳା ଥାନା ଅଧୂକାରୀ ପ୍ରଭୁଦତ ବିଶ୍ୱାଳଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ କ୍ରମରେ ମାଲକାନ
ଗଞ୍ଜେଇ ଚାଷ ଠାରୁ ଦୁରେଇ ରହିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ


ମାଲକାନଗିରି , ୨୫ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଂଚାୟତରେ ଗଞ୍ଜେଇ ଚାଷ ବିରୋଧରେ ଅଂଚଳବାସୀଙ୍କୁ ନେଇ ଏକ ସଚେତନତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାଲିମେଳା ଥାନା ଅଧୂକାରୀ ପ୍ରଭୁଦତ ବିଶ୍ୱାଳଙ୍କ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମ କ୍ରମରେ ମାଲକାନଗିରି ଏସଡିପିଓ ଦିବ୍ୟରଞ୍ଜନ ଦଳେଇ, କାଲିମେଳା ରେଞ୍ଜ ଅଧିକାରୀ ବିଜୟ କୁମାର ନାୟକ ଓ ଚିତ୍ରକୋଣ୍ଡା ରେଞ୍ଜ ଅଧୂକାରୀ, ଚିତ୍ରକୋଣ୍ଡା ସହକାରୀ କୃଷି ଅଧିକାରୀ, ପଂଚାୟତର ସରପଂଚ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଗଞ୍ଜେଇ ଚାଷ ଯୋଗୁଁ ସମାଜ ଓ ଅଂଚଳ ଉପରେ ପଡୁଥିବା କୁପ୍ରଭାବ ସମ୍ପର୍କରେ

ଉପସ୍ଥିତ ସମସ୍ତ ଅଧୂକାରୀ ଆଲୋଚନ କରିଥିଲେ । ଜନସାଧାରଣଙ୍କୁ ଗଞ୍ଜେଇ ଚାଷ ନକରିବା ପାଇଁ ସଚେତନ କରାଯିବା ସହ ପାହାଡ଼ିଆ ଅଂଚଳରେ ବିକଳ୍ପ ଚାଷ ପଦ୍ଧତି ଗ୍ରହଣ କରି ଆର୍ôଥକ ଭାବେ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦିଆଯାଇଥିଲା। ପାହାଡ଼ିଆ ଜମିରେ ଧାନ, ବାଦାମ ରାଶି, ମକା, ଅନ୍ୟାନ ବିକଳ୍ପ ଫସଲ ଚାଷ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯାଇଥିଲା। ମିଶ୍ରିତ ଚାଷ ପଦ୍ଧତି ଲାଭ ଏବଂ ଏହା ଦ୍ୱାରା କିପରି ଚାଷୀମାନେ ଅଧୂକ ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ଉପସ୍ଥିତ ସମସ୍ତେ ନିଶାମୁକ୍ତ ସମାଜ ଗଠନ ଏବଂ ଗଞ୍ଜେଇ ଚାଷରୁ ଦୂରେଇ ରହିବା ପାଇଁ ଶପଥ ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande