
ଗଞ୍ଜାମ, ୨୫ ଅଗଷ୍ଟ (ହି.ସ.)-
ବଡ଼ବଜାର ଥାନା ପୋଲିସ କାଳୁପାତ୍ରସାହିର ଏକ କୋଠାର ତୃତୀୟ ମହଲାରେ ଜୁଆ ଖେଳ ଚାଲିଥିବା ସୂଚନା ପାଇ ଚଢ଼ଉ କରିଥିଲା। ଚଢ଼ଉ ବେଳେ ସେଠାରୁ ନଗଦ ତିନି ଲକ୍ଷ ୯୪ ହଜାର ଏକଶହ ପଚାଶ ଟଙ୍କା, ତାସ ପତା, ସାତଟି ମୋବାଇଲ ଫୋନ, ଚାରିଟି ମୋଟର ସାଇକେଲ ଜବତ ହୋଇଛି l ସାତ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ