ଲଗାଣ ବର୍ଷାରେ ଗଛ ପଡ଼ି ରାସ୍ତା ଅବରୋଧ, ନାଏବ ସରପଞ୍ଚଙ୍କ ତତ୍ପରତାରୁ ଚଳାଚଳ ସ୍ଵାଭାବିକ୍
ମାଲକାନଗିରି, ୨୫ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମଭି-୭୨ ଗ୍ରାମରୁ ଏମଭି-୪୧କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସୋମବାର ଦିନ ଏକ ବିରାଟ ଗଛ ଭାଙ୍ଗି ପଡ଼ି ରାସ
ଲଗାଣ ବର୍ଷାରେ ଗଛ ପଡ଼ି ରାସ୍ତା ଅବରୋଧ, ନାଏବ ସରପଞ୍ଚଙ୍କ ତତ୍ପରତାରୁ ଚଳାଚଳ ସ୍ୱାଭାବିକ


ମାଲକାନଗିରି, ୨୫ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମଭି-୭୨ ଗ୍ରାମରୁ ଏମଭି-୪୧କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସୋମବାର ଦିନ ଏକ ବିରାଟ ଗଛ ଭାଙ୍ଗି ପଡ଼ି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଥିଲା । ଗଛ ପଡ଼ିବା ଫଳରେ ସେଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଥିଲା। ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା । ଖବର ପାଇ ନାଲାଗୁଣ୍ଠି ପଞ୍ଚାୟତର ନାଏବ ସରପଞ୍ଚ ଉତ୍ତମ ସରକାର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ ବିଭାଗକୁ ଖବର ଦେବା ସହ ନିଜେ ଘଟଣାସ୍ଥଳରେ ରହି ରାସ୍ତା ସଫା କରିବା କାର୍ଯ୍ୟରେ ସାହାଯ୍ୟ କରିଥିଲେ । ତାଙ୍କ ତତ୍ପରତା ଯୋଗୁଁ କିଛି ସମୟ ମଧ୍ୟରେ ରାସ୍ତାରୁ ଗଛ ହଟାଯାଇ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ନାଏବ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande