ଲଇକେରା-ବାଗଡ଼ିହି ଖାଲଖମା ରାସ୍ତା, ଯାତାୟାତ ବିପର୍ଯ୍ୟସ୍ତ
Road damaged from laikara to Bagdihi
ଲଇକେରା-ବାଗଡ଼ିହି ଖାଲଖମା ରାସ୍ତା, ଯାତାୟାତ ବିପର୍ଯ୍ୟସ୍ତ


ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଲଇକେରାରୁ ବାଗଡ଼ିହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଉପରେ ଠେଲକୁବୁଡ଼, ଗୁଲ୍ଲାବହାଲ, ଚନ୍ଦନୀମାଲ, ରଙ୍ଗିଆଟିକ୍ରା ସମେତ ଅନେକ ଗ୍ରାମର ଲୋକେ ନିର୍ଭରଶୀଳ। ରାସ୍ତାର ଦୁରବସ୍ଥା ଯୋଗୁଁ ଯାତ୍ରୀ, ଛାତ୍ରଛାତ୍ରୀ ଓ ଦୁଇଚକିଆ ଯାନ ଚାଳକମାନେ ବିଶେଷ ଭାବେ ହଇରାଣ ହେଉଛନ୍ତି। ବିଶେଷକରି ଲଇକେରା ଓ କିର୍ମିରା ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ କଲେଜକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାସ୍ତାଟି ବିପଦସଙ୍କୁଳ ହୋଇପଡ଼ିଛି।ରାସ୍ତାର ଦୁରବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ରାସ୍ତାର ମରାମତି କରିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଲୋକେ ଦାବି କରିଛନ୍ତି।

ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦାୟିତ୍ୱରେ ଥିବା ଡି.କେ. ମେହେରଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଗ୍ରହଣ କରିନଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande