
ଝାରସୁଗୁଡ଼ା, ୨୫ ଅଗଷ୍ଟ (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରାବାସ ନିମନ୍ତେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକୀୟ ସୁବିଧା ସୁଯୋଗ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଛି। ସରକାରଙ୍କ ସ୍ୱଚ୍ଛତା ନିୟମ ଅନୁଯାୟୀ ସମସ୍ତ ସାମଗ୍ରୀ କେବଳ ସରକାରୀ ଇ-ମାର୍କେଟପ୍ଲେସ୍ (ଏରଗ) ପୋର୍ଟାଲ ମାଧ୍ୟମରେ କ୍ରୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଉତମ ମାନର ସାମଗ୍ରୀ ଯୋଗାଇଦେବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଯୋଗାଣ ହେଉଥିବା ସାମଗ୍ରୀଗୁଡ଼ିକର ଗୁଣବତା ପରଖିବା ପାଇଁ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ବିଦ୍ୟାଳୟ ଦାୟିତ୍ୱ ଦିଆଯିବ ଏବଂ ସେମାନେ ସିଧାସଳଖ ସ୍କୁଲ ପରିଦର୍ଶନ କରି ଯାଂଚ ପ୍ରକ୍ରିୟା ସମ୍ପନ୍ନ କରିବେ।
ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ମାଝୀ, ଆଇ.ଟି.ଡି.ଏ. ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ଟ୍ରେଜେରୀ ଅଧିକାରୀ, ବୟନଶିଳ୍ପ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ