
ଶୋପିଆନ୍, ଅଗଷ୍ଟ 25 (ହି.ସ)। ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ନାକା ଯାଞ୍ଚ ଅଭିଯାନ ସମୟରେ ସୁରକ୍ଷା ବାହିନୀ ମଙ୍ଗଳବାର ଦିନ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ଦୁଇଟି ହ୍ୟାଣ୍ଡ୍ ଗ୍ରେନେଡ୍ ଏବଂ ପାଞ୍ଚଟି ପୋଷ୍ଟର ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଏହି ପୋଷ୍ଟରରେ ହିଜବୁଲ ମୁଜାହିଦ୍ଦିନ (ଏଚଏମ) ର ଚିହ୍ନ ରହିଥିଲା।
ଜଣେ ଅଧିକାରୀ କହିଛନ୍ତି ଯେ ନାକା-ଯାଞ୍ଚ ସମୟରେ ଏହି ତିନିଜଣଙ୍କୁ ଗିରଫ କରାଯାଇଥିଲା। ତିନିଜଣ ଗୋଟିଏ ମୋଟର ସାଇକେଲରେ ଯାଉଥିଲେ। ସେମାନେ ହେଲେ ଜୁନୈଦ ଅହମ୍ମଦ ଦାର, ଆମୀର ୟୁସୁଫ ଏବଂ ଜୁନୈଦ ମୁଜାଫର। ସମସ୍ତେ କୁଲଗାମର ବାସିନ୍ଦା। ଅଧିକ ତଦନ୍ତ ଜାରି ରହିଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା