ସୁନା ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ନାବାଳକ କୋର୍ଟ ଚାଲାଣ, ଚୋରି ସାମଗ୍ରୀ ଉଦ୍ଧାର
ମାଲକାନଗିରି , ୨୫ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲାବାଲିମେଳା ଡ୍ରଗ ଲାଇନରେ ଜଣଙ୍କ ଘରୁ ତାଲା ଭାଙ୍ଗି ଚୋରି ହୋଇଥିବା ସୁନା ଅଳଙ୍କାର ଗୁଡିକୁ ଓର୍କେଲ ପୋଲିସ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ନାବାଳଙ୍କୁ ଗିରଫ କରାଯାଇଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଡ
ସୁନା ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ନାବାଳକ କୋର୍ଟ ଚାଲାଣ, ଚୋରି ସାମଗ୍ରୀ ଉଦ୍ଧାର


ମାଲକାନଗିରି , ୨୫ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲାବାଲିମେଳା ଡ୍ରଗ ଲାଇନରେ ଜଣଙ୍କ ଘରୁ ତାଲା ଭାଙ୍ଗି ଚୋରି ହୋଇଥିବା ସୁନା ଅଳଙ୍କାର ଗୁଡିକୁ ଓର୍କେଲ ପୋଲିସ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ନାବାଳଙ୍କୁ ଗିରଫ କରାଯାଇଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଡ୍ରଗ ଲାଇନ ରହୁଥିବା ଚନ୍ଦ୍ର ଶେଖର ସାହୁ ଓ ତାଙ୍କ ସ୍ତ୍ରୀ ମିତାଞ୍ଜଳି ସାହୁ କୌଣସି କାମରେ ନିଜ ଘରେ ତାଲା ପକାଇ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେମାନେ ଅଗଷ୍ଟ ମାସ ୮ ତାରିଖ ଦିନ ଘରେ ପହଂଚିବା ପରେ ଘରର ତାଲା ଭଙ୍ଗା ଯାଇଥିବା ସହ ଆଲମିରା ଓ ଖଟ ତଳେ ଥିବା ବାକ୍ସକୁ ଭାଙ୍ଗି କେହି ଦୁର୍ବୁତ ତାଙ୍କର ୭ଭରି ସୁନା ସହିତ ୫ହଜାର ଟଙ୍କା ଚୋରି କରିନେଇଥିବା ଜାଣିବା ପରେ ଦୁହେଁ ଓର୍କେଲ ଥାନାରେ ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିଲେ।ଉକ୍ତ ଏତଲାକୁ ଭିତି କରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନିର୍ଦ୍ଧେଶ କ୍ରମେ ଥାନାରେ କେସ ନମ୍ବର -୨୩୪/୨୬ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଭାର ଏସଆଇ ଧନୁର୍ଜୟ ଖିଲଙ୍କୁ ଦେଇଥିଲେ।ଏସଆଇ ଶ୍ରୀ ଖିଲଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସର ଏହି ଟିମ ଗତ କାଲି ବାଲିମେଳା ସ୍ଥିତ ମାଣ୍ଡି ସାହିର ଦୁଇ ନାବାଳଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ସମୟରେ ଦୁଇ ଜଣ ନାବାଳକ ସତ ମାନିଥିଲେ ଏବଂ ସୁନା ଘର ପଛ ପଟେ ମାଟିରେ ପୋତିଦେଇଥିଲେ ବୋଲି ପୋଲିସ ସମ୍ମୁଖରେ ପ୍ରକାଶ କରିଥିଲେ । ପୋଲିସ ସେମାନଙ୍କ ଠାରୁ ସୁନା ଉଦ୍ଧାର କରିବା ସହ ଏହି ଘଟଣାରେ ଦୁଇ ଜଣକୁ ଗିରଫ କରି ଜୁଭେନାଲ କୋର୍ଟକୁ ଚାଲାଣ କରିଛି।ଜବତ ସୁନା ୭ଭରି ୨ଗ୍ରାମ ଥିବା ଜଣାପଡିଛି।ଜବତ ସୁନାକୁ ପରିବାରକୁ ଫେରାଯିବ ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande