ବଲାଙ୍ଗୀରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ୱେଶ୍ୱର ହୋତାଙ୍କ ଚିକିତ୍ସା କେନ୍ଦ୍ର
ବଲାଙ୍ଗୀର, ୨୫ ଅଗଷ୍ଟ(ହି.ସ.) – ଓଡ଼ିଶା ତଥା ଜାତୀୟ ସ୍ତରର ଖ୍ୟାତନାମା ୟୁରୋଲୋଜିଷ୍ଟ, ଆଣ୍ଡ୍ରିଓଲୋଜିଷ୍ଟ କିଡ଼ନୀ ପ୍ରତ୍ୟାରୋପଣ ବିଶେଷଜ୍ଞ ତଥା ରାଜ୍ୟର ଚିକିତ୍ସା ବିଜ୍ଞାନର ପ୍ରତିଷ୍ଠାତା କୁଳପତି ଡା. ଦତ୍ୱେଶ୍ୱର ହୋତା ବଲାଙ୍ଗୀର ରାଧାରାଣୀ ପଡ଼ା ଠାରେ ଏକ ନିଃଶୁଳ୍କ ଚିକିତ୍ସା କେନ୍ଦ୍ର ଖୋଲିଛନ୍ତି
ବଲାଙ୍ଗିରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତାଙ୍କ ଚିକିତ୍ସା କେନ୍ଦ୍ର


ବଲାଙ୍ଗୀର, ୨୫ ଅଗଷ୍ଟ(ହି.ସ.) – ଓଡ଼ିଶା ତଥା ଜାତୀୟ ସ୍ତରର ଖ୍ୟାତନାମା ୟୁରୋଲୋଜିଷ୍ଟ, ଆଣ୍ଡ୍ରିଓଲୋଜିଷ୍ଟ କିଡ଼ନୀ ପ୍ରତ୍ୟାରୋପଣ ବିଶେଷଜ୍ଞ ତଥା ରାଜ୍ୟର ଚିକିତ୍ସା ବିଜ୍ଞାନର ପ୍ରତିଷ୍ଠାତା କୁଳପତି ଡା. ଦତ୍ୱେଶ୍ୱର ହୋତା ବଲାଙ୍ଗୀର ରାଧାରାଣୀ ପଡ଼ା ଠାରେ ଏକ ନିଃଶୁଳ୍କ ଚିକିତ୍ସା କେନ୍ଦ୍ର ଖୋଲିଛନ୍ତି। ଯାହାକି ଏ ଅଂଚଳର ରୋଗୀମାନଙ୍କ ପାଇଁ ବରଦାନ ସଦୃଶ ହେବ। ଏଠାରେ ଗତ ରବିବାର ଦିନ ପଚାଶରୁ ଅଧିକ ରୋଗୀ ନିଃଶୁଳ୍କ ପରାମର୍ଶ ପାଇଥିଲେ। ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ରବିବାରରେ ଏହି ଚିକିତ୍ସାଳୟ ଖୋଲାରହିବା ସହ ଅନ୍ୟାନ୍ୟ ଚିକିତ୍ସା ସମ୍ୱନ୍ଧୀୟ ସୁବିଧା ମଧ୍ୟ କରାଯାଇଛି। ଚିକିତ୍ସା କେନ୍ଦ୍ରରେ ଅନେକ ରୋଗୀ ଓ ବୁଦ୍ଧିଜୀବୀଙ୍କ ସହ ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ସଭ୍ୟମାନେ ଉପସ୍ଥିତ ଥିଲେ। ସିଭିଲ ସୋସାଇଟି ତରଫରୁ ଡାକ୍ତର ଓ ତାଙ୍କ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରକାଶ ଥାଉକି ଡା. ହୋତା ତାଙ୍କ ଟ୍ରଷ୍ଟ ତରଫରୁ ଅଭିଭକ୍ତ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତି ବର୍ଷ ସମସ୍ତ ପ୍ରକାର ରୋଗର ଚିକିତ୍ସାପାଇଁ ଖ୍ୟାତନାମା ବିଶେଷଜ୍ଞଙ୍କୁ ନେଇ ମୁକ୍ତ ଚିକିତ୍ସା ଶିବିର ଖୋଲିଥା’ନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande