
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ପଦ୍ମଶ୍ରୀ
ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ
ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅମୂଲ୍ୟ
ଅବଦାନ ସଦା ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ସୃଜନଶୀଳତା ଓ ସାହିତ୍ୟିକ କୃତିତ୍ୱ ଆଗାମୀ
ପିଢ଼ିକୁ ସଦା ପ୍ରେରଣା ଯୋଗାଇବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା