
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ୟୁପିଆଇର 10
ବର୍ଷ ପୂର୍ତ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ୱାରା ଟଙ୍କା କାରବାର ଦ୍ରୁତ, ସୁବିଧାଜନକ
ଏବଂ ସମସ୍ତଙ୍କ ପାଇଁ ସୁବିଧାଜନକ ହୋଇପାରିଛି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ଦଶନ୍ଧି ପୂର୍ବେ ଭାରତ ଦେୟ
ପ୍ରଦାନ ବ୍ୟବସ୍ଥାକୁ ଆହୁରି ସରଳ କରିବାର ଲକ୍ଷ୍ୟ ନେଇ ଆଗେଇଥିଲା। ଆଜି ଲକ୍ଷ ଲକ୍ଷ ଭାରତୀୟଙ୍କ
ପାଇଁ ‘ୟୁପିଆଇ’ ଅର୍ଥ ହେଉଛି ‘ସହଜ’।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ୟୁପିଆଇ ଡିଜିଟାଲ୍
ପେମେଣ୍ଟକୁ ଦୈନନ୍ଦିନ ଜୀବନର ଏକ ସହଜ ଓ ଅବିଚ୍ଛିନ୍ନ ଅଂଶରେ ପରିଣତ କରିଛି। ଏହା ଦ୍ୱାରା
ଟଙ୍କା କାରବାର ଦ୍ରୁତ, ସୁବିଧାଜନକ ଏବଂ ସମସ୍ତଙ୍କ ପାଇଁ ସୁଲଭ ହୋଇପାରିଛି।
ଏକ ସାଧାରଣ ପେମେଣ୍ଟ
ପ୍ଲାଟଫର୍ମ ଭାବେ ଆରମ୍ଭ ହୋଇଥିବା ୟୁପିଆଇଆଜି ଲୋକଙ୍କ ଅଂଶଗ୍ରହଣରେ ଗଢ଼ିଉଠିଥିବା ଏକ ବିଶାଳ ଡିଜିଟାଲ୍
ବିପ୍ଳବର ରୂପ ନେଇଛି। ରାସ୍ତାକଡ଼ର ଛୋଟ ଦୋକାନଠାରୁ ଆରମ୍ଭ କରି ଆଧୁନିକ ବ୍ୟବସାୟିକ
ପ୍ରତିଷ୍ଠାନ ପର୍ଯ୍ୟନ୍ତ, ଗାଁଠାରୁ ସହର ପର୍ଯ୍ୟନ୍ତ— ୟୁପିଆଇପ୍ରତ୍ୟେକ
କାରବାରକୁ ମାତ୍ର ଗୋଟିଏ ସ୍କାନ୍ ଦୂରରେ ରଖିଛି।
ୟୁପିଆଇତାହାର
୧୦ ବର୍ଷ ପୂରଣ କରୁଥିବା ଅବସରରେ ଭାରତ ଏକ ଏପରି ଯାତ୍ରାକୁ ପାଳନ କରୁଛି, ଯେଉଁଠାରେ
ପ୍ରତ୍ୟେକ ଟ୍ୟାପ୍ ‘ଡିଜିଟାଲ୍ ଇଣ୍ଡିଆ’କୁ ଆହୁରି ଗତିଶୀଳ କରିଛି। ଏହା ଏକ ଅଧିକ ସଂଯୋଜିତ, ସଶକ୍ତ
ଏବଂ ଆତ୍ମନିର୍ଭର ରାଷ୍ଟ୍ର ଗଠନକୁ ଆହୁରି ମଜବୁତ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା