ସାର କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ - ସମବାୟ ମନ୍ତ୍ରୀ
ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ)- ସାର କଳାବଜାରୀ କରୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେ କହିଛନ୍ତି ଯେ ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଛି । ସମବାୟ ବିଭାଗ ପକ୍ଷରୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦିଆଯାଇଛି। ‘କୃଷି ବ
pradeep bal samant


ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ)- ସାର କଳାବଜାରୀ କରୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେ କହିଛନ୍ତି ଯେ ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଛି । ସମବାୟ ବିଭାଗ ପକ୍ଷରୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦିଆଯାଇଛି। ‘କୃଷି ବିଭାଗ ପକ୍ଷରୁ ଆଉ ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇଦିଆଯିବ। ଏବେ ୬୦% ସାର ସମବାୟ ବିଭାଗକୁ କୃଷି ବିଭାଗ ତରଫରୁ ଦିଆଯାଉଛି। ଅନ୍ୟପକ୍ଷରେ ବର୍ଷା ପାଇଁ ଚାଷୀ ପଞ୍ଜୀକରଣ ସର୍ଭର ଟିକେ ଡାଉନ୍ ରହୁଛି। ଚାଷୀଙ୍କ ସୁବିଧା ପାଇଁ ସବୁ ହେଉଛି, ଆବଶ୍ୟକ ହେଲେ ତାରିଖ ବୃଦ୍ଧି କରାଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande