ବନ୍ୟା ବିପଦ ଟଳିଲା - ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ)- ରାଜ୍ୟରେ ବନ୍ୟା ବିପଦ ଟଳିଯାଇଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସେ କହିଛନ୍ତି ହୀରାକୁଦ ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳ ପ୍ରବାହ ଉପରେ ନଜର ରଖାଯାଇଛି। ଛତିଶଗଡ଼ ଓ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ କୁ ଜଳ
flood


ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ)- ରାଜ୍ୟରେ ବନ୍ୟା ବିପଦ ଟଳିଯାଇଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସେ କହିଛନ୍ତି ହୀରାକୁଦ ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳ ପ୍ରବାହ ଉପରେ ନଜର ରଖାଯାଇଛି। ଛତିଶଗଡ଼ ଓ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ କୁ ଜଳ ପ୍ରବେଶ ବଢ଼ିଛି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବଡ଼ବର୍ଷା ହେବାର ସମ୍ଭାବନା କମ୍ ରହିଛି। ଅନ୍ୟପକ୍ଷରେ ବନ୍ୟା ସ୍ଥିତିକୁ ନେଇ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଜଳସ୍ତର ଓ ପ୍ରବାହକୁ ଆକଳନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ। ମାତ୍ର ମହାନଦୀରେ ଜଳସ୍ତର ବଢୁଛି । ମହାନଦୀରେ ଛୋଟ ବନ୍ୟା ଆଶଙ୍କା ରହିଛି । ଏବେ ହୀରାକୁଦର ୧୬ଟି ଗେଟ୍ ଖୋଲା ରହିଛି। ମୁଣ୍ଡଳୀରେ କାଲିସୁଦ୍ଧା ୬ଲକ୍ଷ ୭୦ହଜାର କ୍ୟୁସେକ ପାଣି ରହିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଯାଜପୁରର ଦଶରଥପୁର, ବରୀର ଅଧିକାଂଶ ଅଂଚଳ ଏବେ ବି ପାଣିଘେରରେ ରହିଛି। ଆଗାମୀ ୩ଦିନ ସେଭଳି ବଡ଼ ବର୍ଷା ନଥିବାରୁ ପାଣି ଖସିଯିବାର ସମ୍ଭାବନା ରହିଛି। ରେଙ୍ଗାଲି ଡ୍ୟାମ୍ ଜଳସ୍ତର ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛୁ। ସାଳନ୍ଦୀ ନଦୀ ଜଳସ୍ତର ନିୟନ୍ତ୍ରଣରେ ରହିଛି ଏବଂ ବୈତରଣୀ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande