
ଭୁବନେଶ୍ୱର, ୨୫ ଅଗଷ୍ଟ (ହି.ସ)- ରାଜ୍ୟରେ ବନ୍ୟା ସ୍ଥିତି ସେମିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସେ କହିଛନ୍ତି ଯେ ବର୍ତମାନ ହୀରାକୁଦ ଡ୍ୟାମ୍ ରେ ଜଳସ୍ତର ନିୟନ୍ତ୍ରଣରେ ରହିଛି। ରେଙ୍ଗାଲି ଡ୍ୟାମ୍ ଜଳସ୍ତର ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛୁ। ସାଳନ୍ଦୀ ନଦୀ ଜଳସ୍ତର ନିୟନ୍ତ୍ରଣରେ ରହିଛି । ସେହିପରି ବୈତରଣୀ ବିପଦ ସଂକେତ ତଳେ ପ୍ରଭାବିତ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା