
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ପଦ୍ମଶ୍ରୀ
ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ
ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବିଶିଷ୍ଟ
କଣ୍ଠଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଆ
ସଙ୍ଗୀତ ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅମୂଲ୍ୟ ଅବଦାନ ଚିରସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା