ପିହୁ ନିଖୋଜ ନୁହେଁ ଚୋରି କରାଯାଇଛି, ହଜେଇ ଦିଆଯାଇଛି- ଯାଜପୁର ସାଂସଦ
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ପିହୁ ସମ୍ପର୍କରେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପିହୁ ନିଖୋଜ ନୁହେଁ ଚୋରି କରାଯାଇଛି, ହଜେଇ ଦିଆଯାଇଛି । ସେ କହିଛନ୍ତି ଯେ, ପୂର୍ବ ସରକାରରେ ପ୍ରଶାସନ ସ୍ଥାଣୁ ରହିବାରୁ ସତ ପଦାକୁ ଆସିଲା ନାହ
ପିହୁ ନିଖୋଜ ନୁହେଁ ଚୋରି     କରାଯାଇଛି, ହଜେଇ     ଦିଆଯାଇଛି- ଯାଜପୁର ସାଂସଦ


ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- ପିହୁ

ସମ୍ପର୍କରେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପିହୁ ନିଖୋଜ

ନୁହେଁ ଚୋରି କରାଯାଇଛି, ହଜେଇ ଦିଆଯାଇଛି । ସେ କହିଛନ୍ତି ଯେ, ପୂର୍ବ ସରକାରରେ ପ୍ରଶାସନ

ସ୍ଥାଣୁ ରହିବାରୁ ସତ ପଦାକୁ ଆସିଲା ନାହିଁ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଗଲେ ସବୁ ସତ

ପଦାକୁ ଆସିବ । ସେ ସମୟର ପୋଲିସ ଅଫିସର ଚଞ୍ଚକତା କରି ତଦନ୍ତକୁ ଚାପି ଦେଇଛନ୍ତି । ଆଇଆଇସି ସେତେବେଳେ

ଏଫଆଇଆରରେ ତାରିଖକୁ ଟାମ୍ପରିଂ କରିଥିଲେ । ତାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ସେ

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ବିନା ରାଜନୈତିକ ପୃଷ୍ଠପୋଷକରେ ଏହା ସମ୍ଭବ

ନୁହେଁ । ପ୍ରଥମେ ନିଖୋଜ ଭାବିଥିଲୁ, କିନ୍ତୁ କିଛି ବ୍ୟକ୍ତିଙ୍କ ଏଥିରେ ସଂପୃକ୍ତି ରହିଛି ବୋଲି ସେ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande