
ଭୁବନେଶ୍ୱର, 25 ଅଗଷ୍ଟ (ହି.ସ.)- କଟକ ସ୍ଥିତ
ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ ଗସ୍ତ କରି ସ୍ୱାସ୍ଥ୍ୟ ବ୍ୟବସ୍ଥାର
ତଦାରଖ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏହି ଅବସରରେ ରୋଗୀଙ୍କୁ
ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା
କରିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ
ନେତୃତ୍ଵରେ ଏହି ରୋଗର ଚିକିତ୍ସା, ସ୍କ୍ରିନିଂକୁ ବିଶେଷ ଗୁରୁତ୍ଵ ଦିଆଯାଉଛି।
ଆୟୁଷ୍ମାନ ଯୋଜନା ଅଧିନରେ
ଏହି ରୋଗର ଚିକିତ୍ସା ପାଇଁ ୯୧ଟି ନୂତନ କର୍କଟ
ଚିକିତ୍ସା ପ୍ୟାକେଜ୍ ସାମିଲ କରାଯିବା ସହ ମୋଟ ୩୧୧ କୋଟି ବ୍ୟୟବରାଦରେ ମୁଖ୍ୟମନ୍ତ୍ରୀ
କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯାଇଛି। ରୋଗୀମାନେ କିଭଳି ଏହାର ଲାଭ ପାଇପାରିବେ
ସେସମ୍ପର୍କ ଅଧିକାରୀଙ୍କୁ ପରାମର୍ଶ ଦେଇଛି। ସମସ୍ତଙ୍କ ସ୍ଵାସ୍ଥ୍ୟ ସୁରକ୍ଷା ଆମର ପ୍ରାଥମିକତା
ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା