
ଜୟପୁର, ୨୫ ଅଗଷ୍ଟ (ହି.ସ.)- ପୋଲିସକୁ ଖଣ୍ଡା ଦେଖାଇ ଚମ୍ପଟ ମାରିଲେ ଡକାୟତ ଦଳ। ୭ କି.ମି. ପିଛା କଲା ପୋଲିସ। ବୋରିଗୁମ୍ମାରେ ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଗତକାଲି ପୋଲିସ ପାଟ୍ରୋଲିଂ ବେଳେ ଏକ ଡକାୟତି ଗାଡିକୁ ପୋଲିସ ଠାବ କଲା। ପୋଲିସ ଠାରୁ ବଞ୍ଚିବା ପାଇଁ ଗାଡି ଅଟକାଇବା ବଦଳରେ ଦ୍ରୁତ ଗତିରେ ଗାଡି ଚଳାଇ ସେଠାରୁ ଖସିବା ପାଇଁ ଯୋଜନା କଲେ ଡକାୟତ ଦଳ। ପୋଲିସ ଗାଡି ମଧ୍ୟ ଡକାୟତ ଦଳର ଗାଡିକୁ ପିଛା କରିଥିଲା । କାମରା ଶ୍ଵାସନ ରାସ୍ତା ନିକଟରେ ନିଜ ଗାଡି ଅଟକାଇଲେ ଆଉ ଗାଡିରୁ ମାରଣାସ୍ତ୍ର କାତି କାଢି ପୋଲିସ ଗାଡିକୁ ଭଙ୍ଗାରୁଜା କରି ପୋଲିସ ଗାଡିର ଚାବି ନେଇ ଛୁ ମାରିଲେ ଡକାୟତ ଦଳ। ପୋଲିସ ଓ ଡକାୟତ ଦଳ ମଧ୍ୟରେ ମୁହାଁମୁହିଁ ହେଲେ। ନିଜର ବୋଲେରୋ ଛାଡି ଦେଇ ଗାଡି ଭିତରେ ଥିବା ଅସ୍ତ୍ରଶସ୍ତ୍ରକୁ ଧରି ଗାଁ ଜଙ୍ଗଲ ଭିତରେ ପଶିଲେ। ପୋଲିସ ଗାଁ ଲୋକଙ୍କୁ କହିବା ପରେ ରାତି ୨ଟା ଠାରୁ ପୋଲିସ ସହ କମରା ଅଞ୍ଚଳର ୨୦୦ ରୁ ଉର୍ଦ୍ଧ ଲୋକ ସେମାନଙ୍କୁ ଖୋଜା ଖୋଜି କରୁଥିବା ଜଣାଯାଇଛି । ପେଟ୍ରୋଲିଂ ବେଳେ ପୋଲିସକୁ ଦେଖି ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା, କାମରା ଶ୍ମଶାନ ରାସ୍ତା ନିକଟରେ ଗାଡି ଅଟକାଇ ମାରଣାସ୍ତ୍ର ଦେଖାଇ ପୋଲିସ ସ୍କର୍ପିଓ ଭଙ୍ଗାରୁଜା କରି ଚାବି ନେଇ ଜଙ୍ଗଲକୁ ଫେରାର। ରାତି ୨ଟା ରୁ ୨୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ସହ ପୋଲିସର ସର୍ଚ୍ଚ ଅପରେସନ ଜାରି। ଖୋଜାଖୋଜି ବେଳେ ବଡ଼ ଭାରତମାଳା ରାସ୍ତାରେ ୩ ବାଇକରେ ଗଞ୍ଜେଇ ଚାଲାଣ ବେଳେ ୩ ଯୁବକଙ୍କୁ ଧରାଥିଲା ପୋଲିସ l
ହିନ୍ଦୁସ୍ଥାନ ସମାଚାର / ପିକେପି