ମୋଦୀଙ୍କୁ ଭେଟିଲେ ପ୍ରଭାତୀ ପରିଡା
ନୂଆଦିଲ୍ଲୀ/ଭୁବନେଶ୍ୱର ,୨୫ ଅଗଷ୍ଟ (ହି.ସ.)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ସାମଗ୍ରିକ ବିକାଶ, ‘ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ'', ସୁଭଦ୍ରା ଯୋଜନାର ୫ମ କି
dcm


ନୂଆଦିଲ୍ଲୀ/ଭୁବନେଶ୍ୱର ,୨୫ ଅଗଷ୍ଟ (ହି.ସ.)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ସାମଗ୍ରିକ ବିକାଶ, ‘ସୁଭଦ୍ରା ଶକ୍ତି ଭିଜନ୍ ସମ୍ମିଳନୀ', ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ ଏବଂ ବିଭିନ୍ନ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ବାବଦରେ ଅବଗତ କରାଇଥିଲେ।

ଏହି ଅବସରରେ ଶ୍ରୀମତୀ ପରିଡା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଏକ ବିକଶିତ ଭାରତ ପ୍ରତି ପ୍ରତିବଦ୍ଧତାରେ ଅନୁପ୍ରାଣିତ ହୋଇ, ରାଜ୍ୟ ସରକାର ବିକଶିତ ଓଡ଼ିଶା ୨୦୩୬ ର ସ୍ୱପ୍ନକୁ ସାକାର କରିବା ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଆଗକୁ ବଢ଼ୁଛି। ବିଶ୍ୱସ୍ତରୀୟ ଭାବରେ ଓଡ଼ିଶାର ବିଶାଳ ପର୍ଯ୍ୟଟନ ସମ୍ଭାବନାକୁ କିପରି ଉନ୍ମୁକ୍ତ କରାଯାଇପାରିବ, ମହିଳାମାନଙ୍କୁ ଆର୍ôଥକ ଭାବରେ ସଶକ୍ତ କରାଯାଇପାରିବ ଏବଂ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକୁ କିପରି ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ନୂତନ ଶକ୍ତି ଏବଂ ଦୃଢ଼ତାର ଉତ୍ସ। ନୂତନ ଆତ୍ମବିଶ୍ୱାସ, ଗତି ଏବଂ ସଂକଳ୍ପ ସହିତ, ଆମେ ଏକ ବିକଶିତ ଓଡ଼ିଶା ଆଡକୁ ଆଗକୁ ବଢ଼ୁଛୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande