ଉତ୍ତରଣା ଗ୍ରାମରେ ପୋଖରୀର ଦଳ ସଫାକୁ ନେଇ ଗଣ୍ଡଗୋଳ : ଉଭୟ ପକ୍ଷରୁ ୮ ଅଟକ, ଗ୍ରାମରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
ପୁରୀ, ୨୫ ଅଗଷ୍ଟ (ହି.ସ.)- ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ଚନ୍ଦନପୁର ଥାନା ଅନ୍ତର୍ଗତ କେରାଣ୍ଡିପୁର ଗ୍ରାମ ପଞ୍ଚାୟତର ଉତ୍ତରଣା ଗ୍ରାମରେ ପୋଖରୀର ଦଳ ସଫାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତେଜନାତ୍ମକ ରୂପ ନେଇ ଉଭୟ ପକ୍ଷ ମଧ୍ୟରେ ଟେକାପଥର ମାଡ଼
ଉତ୍ତରଣା ଗ୍ରାମରେ ପୋଖରୀର ଦଳ ସଫାକୁ ନେଇ ଗଣ୍ଡଗୋଳ


ଉତ୍ତରଣା ଗ୍ରାମରେ ପୋଖରୀର ଦଳ ସଫାକୁ ନେଇ ଗଣ୍ଡଗୋଳ


ପୁରୀ, ୨୫ ଅଗଷ୍ଟ (ହି.ସ.)- ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ଚନ୍ଦନପୁର ଥାନା ଅନ୍ତର୍ଗତ କେରାଣ୍ଡିପୁର ଗ୍ରାମ ପଞ୍ଚାୟତର ଉତ୍ତରଣା ଗ୍ରାମରେ ପୋଖରୀର ଦଳ ସଫାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତେଜନାତ୍ମକ ରୂପ ନେଇ ଉଭୟ ପକ୍ଷ ମଧ୍ୟରେ ଟେକାପଥର ମାଡ଼ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଚନ୍ଦନପୁର ଥାନା ଅଧିକାରୀ ବିରଞ୍ଜି ସାହୁ ଏବଂ ସଦର ଡିଏସପି ମାନସ ରଞ୍ଜନ ବାରିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

ଏହି ଘଟଣାରେ ଉଭୟ ପକ୍ଷର ମୋଟ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ବଡ଼ ମେଡିକାଲକୁ ପଠାଯାଇଛି। ଏ ସମ୍ପର୍କରେ ଚନ୍ଦନପୁର ଥାନାରେ କେସ୍ ନଂ ୧୯୮/୨୬ ରୁଜୁ କରାଯାଇଛି। ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ଉଭୟ ପକ୍ଷରୁ ମୋଟ ୮ ଜଣଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ଗ୍ରାମର ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ପୋଲିସ ପକ୍ଷରୁ ଘଟଣାସ୍ଥଳରେ କଡ଼ା ନଜର ରଖାଯାଇଥିବା ସହ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ଆଧାରରେ ଆଇନାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande