
ନୂଆଦିଲ୍ଲୀ, ଅଗଷ୍ଟ ୨୬ (ହି.ସ.) - ଲଦାଖର ବିଶ୍ୱର ସର୍ବୋଚ୍ଚ ଉଚ୍ଚତାରେ ଥିବା ଡ୍ରପ୍ ଜୋନ୍ ମଧ୍ୟରୁ ଗୋଟିଏରେ ଡି. ଆର.ଡି. ଓ. ସଫଳତାର ସହ ଏହାର ମିଲିଟାରୀ କମ୍ବ୍ୟାଟ୍ ପାରାଚ୍ୟୁଟ୍ ସିଷ୍ଟମର ପରୀକ୍ଷା କରିଛି। ଦକ୍ଷିଣ-ପୂର୍ବ ଲଦାଖର ନିଓମା-ମଧ ଡ୍ରପ୍ ଜୋନରେ ଏହି ପରୀକ୍ଷଣ କରାଯାଇଥିଲା, ଯେଉଁଠାରେ ତାପମାତ୍ରା ମାଇନସ୍ ୧୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଥିଲା। ତିନି ଜଣ ଟେଷ୍ଟ ଜମ୍ପର ୨୨ ହଜାର ଫୁଟ ଉଚ୍ଚତାରୁ ଡେଇଁ ପଡ଼ିଥିଲେ ଏବଂ ୧୩,୭୦୦ ଫୁଟ ଉଚ୍ଚତାରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ଏହି ସ୍ୱଦେଶୀ ବ୍ୟବସ୍ଥା ଭାରତୀୟ ସଶସ୍ତ୍ର ବାହିନୀକୁ ୨୫,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ନିୟୋଜିତ କରିବାର କ୍ଷମତା ପ୍ରଦାନ କରିବ, ଯାହାଦ୍ୱାରା ବିଦେଶୀ ନିର୍ଭରଶୀଳତା ହ୍ରାସ ପାଇବ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସ୍ୱଦେଶୀ ମିଲିଟାରୀ କମ୍ବ୍ୟାଟ୍ ପାରାଚ୍ୟୁଟ୍ ସିଷ୍ଟମ୍ (ଏମ୍. ସି. ପି. ଏସ୍.) ହେଉଛି ଏକ ଅତ୍ୟାଧୁନିକ ପାରାଚ୍ୟୁଟ୍ ସିଷ୍ଟମ୍ ଯାହା ମିଳିତ ଭାବେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡି. ଆର.ଡି. ଓ.) ପରୀକ୍ଷାଗାର ଏୟାର ଡେଲିଭରି ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ ଏଷ୍ଟାବ୍ଲିସମେଂଟ (ଏ. ଡି. ଆର.ଡି. ଇ.), ଆଗ୍ରା ଏବଂ ବି. ଇ. ଏମ୍. ଏଲ୍., ବେଙ୍ଗାଲୁରୁ ଦ୍ୱାରା ବିକଶିତ ହୋଇଛି। ଏହା ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ବ୍ୟବହୃତ ଏକମାତ୍ର ପାରାଚ୍ୟୁଟ୍ ସିଷ୍ଟମ୍?, ଯାହା ୨୫,୦୦୦ ଫୁଟରୁ ଅଧିକ ଉଚ୍ଚତାରୁ କାର୍ଯ୍ୟ କରିବାକୁ ସକ୍ଷମ ଜ୍ଝ ଏହାକୁ ୩୨ ହଜାର ଫୁଟ ଉଚ୍ଚତାରୁ ସଫଳତାର ସହ ପରୀକ୍ଷା କରାଯାଇଛି।
ବର୍ତମାନ ଦେଶ ଦକ୍ଷିଣ-ପୂର୍ବ ଲଦାଖରେ ମିଲିଟାରୀ କମ୍ବ୍ୟାଟ୍ ପାରାଚ୍ୟୁଟ୍ ସିଷ୍ଟମର ପରୀକ୍ଷଣ କରି ଉଚ୍ଚ-ଉଚ୍ଚତା ଅଂଚଳରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି। ଏ. ଡି. ଆର.ଡି. ଇ. ର ଟେଷ୍ଟ ଜମ୍ପର ୱିଙ୍ଗ କମାଣ୍ଡର ରାହୁଲ ଝା, ମୁଖ୍ୟ ଟେଷ୍ଟ ଜମ୍ପର ଆର.ଜେ. ସିଂହ ଏବଂ ଏମ୍. ଡବ୍ଲ୍ୟୁ. ଓ. ବିବେକ ତିୱାରୀଙ୍କ ଦ୍ୱାରା ଏହି ପରୀକ୍ଷଣ କରାଯାଇଥିଲା। ସମସ୍ତ ଲମ୍ଫଧାରୀମାନେ ଏମ୍?. ସି. ପି. ଏସ୍. ଏବଂ ଏହାର ବିଭିନ୍ନ ଉପ-ପ୍ରଣାଳୀ ବ୍ୟବହାର କରୁଥିଲେ। ଏହାକୁ ଆହ୍ୱାନପୂର୍ଣ୍ଣ ନିଓମା-ମଧ ଡ୍ରପ୍ ଜୋନ୍ରେ ମାଇନସ୍ ୧୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏବଂ ୨୨ ହଜାର ଫୁଟ ଉଚ୍ଚତାରେ ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ଏହାପରେ ଟେଷ୍ଟ ଜମ୍ପରମାନେ ପ୍ରକ୍ରିୟା ଅନୁଯାୟୀ ପାରାଚୁଟକୁ ନିୟନ୍ତ୍ରଣ କରିଥିଲେ । ତଳକୁ ଯାତ୍ରା କରିଥିଲେ ଏବଂ ପ୍ରାୟ ୧୩,୭୦୦ ଫୁଟ ଉଚ୍ଚତାରେ ସୁରକ୍ଷିତ ଅବତରଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ