ଦିଲ୍ଲୀ ଏନସିଆରରେ ସିଏକ୍ୟୁଏମର ବଡ଼ କାର୍ଯ୍ୟାନୁଷ୍ଠାନ, ୧୬ ଶିଳ୍ପ ୟୁନିଟ୍ ସିଲ୍
ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.)- ବାୟୁ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ ) ମଙ୍ଗଳବାର ଲୋନି ଅଂଚଳରେ ‘ଅପରେସନ କ୍ଲିନ୍ ଏୟାର’ ଅଧୀନରେ ସ୍ୱତନ୍ତ୍ର ଆକସ୍ମିକ ଯାଂଚ ଅଭିଯାନ ଚଳାଇଥିଲା। ଅଭିଯାନ ସମୟରେ ୨୮ଟି ଶିଳ୍ପ ପରିସରର ଯାଂଚ କରାଯାଇଥିଲା ଏବଂ ସମସ୍
ଦିଲ୍ଲୀ ଏନସିଆରରେ ସିଏକ୍ୟୁଏମର ବଡ଼ କାର୍ଯ୍ୟାନୁଷ୍ଠାନ, ୧୬ ଶିଳ୍ପ ୟୁନିଟ୍ ସିଲ୍


ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.)- ବାୟୁ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ ) ମଙ୍ଗଳବାର ଲୋନି ଅଂଚଳରେ ‘ଅପରେସନ କ୍ଲିନ୍ ଏୟାର’ ଅଧୀନରେ ସ୍ୱତନ୍ତ୍ର ଆକସ୍ମିକ ଯାଂଚ ଅଭିଯାନ ଚଳାଇଥିଲା। ଅଭିଯାନ ସମୟରେ ୨୮ଟି ଶିଳ୍ପ ପରିସରର ଯାଂଚ କରାଯାଇଥିଲା ଏବଂ ସମସ୍ତଠାରେ ପରିବେଶୀୟ ନିୟମର ଉଲ୍ଲଂଘନ ମିଳିଥିଲା। ଏଥିମଧ୍ୟରୁ ୧୬ଟି ଶିଳ୍ପ ୟୁନିଟ୍/ପରିସରକୁ ସିଲ୍ କରିଦିଆଯାଇଛି।

ଆୟୋଗ ବୁଧବାର ସୂଚନା ଦେଇଛି ଯେ କାର୍ଯ୍ୟାନୁଷ୍ଠାନ ପାଇଁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ କରାଯାଇଥିଲା। ଏଥିରେ ମାଜିଷ୍ଟ୍ରେଟ୍, ପୁଲିସ ଏବଂ ଉତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଯାଂଚରେ ଜଣାପଡ଼ିଲା ଯେ ୨୧ଟି ୟୁନିଟ୍ ବୈଧ ଅନୁମୋଦନ ବିନା ଚାଲୁଥିଲା। ସେହିପରି ୧୪ଟି ମାମଲାରେ କାଠ ଏବଂ କୋଇଲା ଭଳି ନିଷିଦ୍ଧ/ଅନୁମୋଦିତ ନ ହୋଇଥିବା, ଇନ୍ଧନର ବ୍ୟବହାର ମିଳିଥିଲା।

ଏହା ବ୍ୟତୀତ ୮ଟି ୟୁନିଟ୍ରେ ଏୟାର ପଲ୍ୟୁସନ କଂଟ୍ରୋଲ ଡିଭାଇସ୍, ଷ୍ଟାକ୍/ଚିମନି କିମ୍ବା ଭାଟି ପାଇଁ ଆବଶ୍ୟକ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ମିଳିନଥିଲା। କିଛି ପରିସରରେ ଖୋଲାରେ ପୋଟିଂ ଏବଂ ପାଉଡର କୋଟିଂ ଭଳି କାର୍ଯ୍ୟକଳାପ ମଧ୍ୟ ହେଉଥିବା ଦେଖାଯାଇଥିଲା।

ଆୟୋଗ କହିଛି ଯେ ଉଲ୍ଲଂଘନକୁ ଗୁରୁତ୍ୱର ସହ ନେଇ ୧୬ଟି ଶିଳ୍ପ ୟୁନିଟ୍/ପରିସରକୁ ସିଲ୍ କରିଦିଆଯାଇଛି। ଛଅଟି ୟୁନିଟ୍କୁ ପ୍ରାରମ୍ଭିକ ଶୋ-କଜ୍ ନୋଟିସ୍ ଜାରି କରାଯାଇଥିବାବେଳେ, ଅନ୍ୟ ଛଅଟି ମାମଲାରେ ପରିସରର ଦ୍ୱାରରେ ନୋଟିସ୍ ଲଗାଯାଇଥିଲା। ଏଥିରେ କିଛି ଏପରି ପରିସର ମଧ୍ୟ ଥିଲା, ଯାହା ଅଧିକାରୀମାନେ ପହଂଚିବା ସମୟରେ ବନ୍ଦ ମିଳିଥିଲା କିମ୍ବା ଯେଉଁଠାରେ ପରିଚାଳକ ପରିସର ଖାଲି କରିସାରିଥିଲେ।

ଆୟୋଗ ସ୍ପଷ୍ଟ କରିଛି ଯେ ଏନସିଆର ରେ ପରିଚାଳିତ ସମସ୍ତ ଶିଳ୍ପ ୟୁନିଟ୍କୁ ପରିବେଶୀୟ ନିୟମ ଏବଂ ବୈଧାନିକ ଅନୁମତିର କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଆୟୋଗ କହିଛି ଯେ ବୈଧ ଅନୁମୋଦନ ବିନା ପରିଚାଳନା, ଅନଧିକୃତ ଇନ୍ଧନର ବ୍ୟବହାର ଏବଂ ପର୍ଯ୍ୟାପ୍ତ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ବିନା ଶିଳ୍ପ କାର୍ଯ୍ୟକଳାପ ଗୁରୁତର ଉଲ୍ଲଂଘନ ଅଟେ।

ଆୟୋଗ ଅନୁଯାୟୀ, ‘ଅପରେସନ କ୍ଲିନ୍ ଏୟାର’ ଅଧୀନରେ ଦିଲ୍ଲୀ-ଏନସିଆରରେ ଆକସ୍ମିକ ଯାଂଚ ଏବଂ ପ୍ରବର୍ତନ କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ।

---------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande