ନେପାଳରେ ବନ୍ୟାର ତାଣ୍ଡବ, ଭାସିଗଲା ଚୀନ ସୀମାରେ ଠିଆ ହୋଇଥିବା ୫୦୦ରୁ ଅଧିକ କଂଟେନର
କାଠମାଣ୍ଡୁ, ୨୬ ଅଗଷ୍ଟ (ହି.ସ.)- ତିବ୍ୱତରେ ଆଜି ସକାଳେ ଗ୍ଲେସିୟର ଫାଟିଯିବାରୁ ନେପାଳର ସୀମାବର୍ତୀ ଅଂଚଳରେ ଆସିଥିବା ଭୟଙ୍କର ବନ୍ୟାରେ ନେପାଳ ଚୀନ ସୀମାରେ ନେପାଳ ଆସିବା ପାଇଁ ଠିଆ ହୋଇଥିବା ୫୦୦ରୁ ଅଧିକ କଂଟେନର ଭାସିଯାଇଥିବା ଖବର ମିଳିଛି। ନେପାଳ ହିମାଳୟ ସୀମାପାର ବାଣିଜ୍ୟ ସଂଘ ଅନୁସାରେ ରସ
ନେପାଳରେ ବନ୍ୟାର ତାଣ୍ଡବ, ଭାସିଗଲା ଚୀନ ସୀମାରେ ଠିଆ ହୋଇଥିବା ୫୦୦ରୁ ଅଧିକ କଂଟେନର


କାଠମାଣ୍ଡୁ, ୨୬ ଅଗଷ୍ଟ (ହି.ସ.)- ତିବ୍ୱତରେ ଆଜି ସକାଳେ ଗ୍ଲେସିୟର ଫାଟିଯିବାରୁ ନେପାଳର ସୀମାବର୍ତୀ ଅଂଚଳରେ ଆସିଥିବା ଭୟଙ୍କର ବନ୍ୟାରେ ନେପାଳ ଚୀନ ସୀମାରେ ନେପାଳ ଆସିବା ପାଇଁ ଠିଆ ହୋଇଥିବା ୫୦୦ରୁ ଅଧିକ କଂଟେନର ଭାସିଯାଇଥିବା ଖବର ମିଳିଛି।

ନେପାଳ ହିମାଳୟ ସୀମାପାର ବାଣିଜ୍ୟ ସଂଘ ଅନୁସାରେ ରସୁୱାର ଟିମୁରେସ୍ଥିତ କଷ୍ଟମ କାର୍ଯ୍ୟାଳୟର ୟାର୍ଡରେ ରଖାଯାଇଥିବା ଶହ ଶହ କଂଟେନର ବନ୍ୟାରେ ଭାସିଯାଇଛି। ସଂଘର ସଚିବ ଆଙ୍ଗଦୋର୍ଜେ ଶେର୍ପାଙ୍କ ଅନୁସାରେ ପ୍ରାରମ୍ଭିକ ସୂଚନାରେ ୟାର୍ଡରେ ରଖାଯାଇଥିବା ପ୍ରାୟ ୨୦୦ କଂଟେନର ବନ୍ୟାରେ ଭାସିଯାଇଥିବା କଥା ସାମ୍ନାକୁ ଆସିଛି। ସେହିପରି ଚୀନ ଆଡକୁ ସାମଗ୍ରୀ ନେବାକୁ ଯାଉଥିବା ପ୍ରାୟ ୩୦୦ କଂଟେନର ମଧ୍ୟ ବନ୍ୟାର ଶିକାର ହୋଇଛି। ଶେର୍ପା କହିଛନ୍ତି ଯେ ଏଥିରୁ ବୋଧହୁଏ କେବଳ ୧୦ ପ୍ରତିଶତ କଂଟେନର ବଂଚିଥିବ। ଟିମୁରେରେ ରହୁଥିବା ମୋର ଭାଇମାନେ କହିଛନ୍ତି ଯେ ପୂରା ଗାଁ ହିଁ ଭାସିଯାଇଛି। କଂଟେନର ଗୁଡ଼ିକ ମଧ୍ୟ ଧାଡ଼ିରେ ଠିଆ ହୋଇଥିଲେ। ଚୀନ ଆଡକୁ ଯିବା ରାସ୍ତାର ଏବେ କୌଣସି ଚିହ୍ନ ନାହିଁ।

ସେ କହିଛନ୍ତି ଯେ ବର୍ତମାନ ଏକ ହେଲିକପ୍ଟର ଟିମୁରେ ପହଂଚିଛି ଏବଂ ୭-୮ ଜଣ ଆହତଙ୍କୁ ଉଦ୍ଧାର କରି କାଠମାଣ୍ଡୁ ପଠାଯାଇଛି। କଷ୍ଟମ କାର୍ଯ୍ୟାଳୟ ଥିବା ଟିମୁରେ ଅଂଚଳରେ ବନ୍ୟା ପାଣି ଏବେ କିଛି କମିଛି ଏବଂ ଟେଲିଫୋନ ସେବା ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ହେବାକୁ ଲାଗିଛି।

ସଂଘର ଅଧ୍ୟକ୍ଷ ରାମହରି କାର୍କୀ ମଧ୍ୟ କହିଛନ୍ତି ଯେ ଶହ ଶହ କଂଟେନର ଏବଂ ବହୁ ସଂଖ୍ୟକ ଲୋକ ବନ୍ୟାର ଶିକାର ହୋଇଛନ୍ତି। ତାଙ୍କ କହିବା ଅନୁସାରେ ହଠାତ୍ ଆସିଥିବା ବନ୍ୟା କାରଣରୁ ବ୍ୟାପକ ଭାବେ ଜନଧନର କ୍ଷତି ହୋଇଛି।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande