
ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ନେପାଳରେ ବନ୍ୟା କାରଣରୁ ହୋଇଥିବା ଜନହାନି ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେ ଏହି କଠିନ ସମୟରେ ନେପାଳର ଲୋକଙ୍କ ସହ ଭାରତର ଏକତା ପ୍ରକାଶ କରିବା ସହ ସମ୍ଭବ ସମସ୍ତ ମାନବୀୟ ଏବଂ ରିଲିଫ୍ ସହାୟତା ଯୋଗାଇଦେବାର ଭରସା ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡିଆ ମଂଚ ‘ଏକ୍ସ’ରେ ଏକ ପୋଷ୍ଟରେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ କଥା ହୋଇ ନେପାଳରେ ବନ୍ୟା କାରଣରୁ ହୋଇଥିବା ଜନହାନି ନେଇ ସମବେଦନା ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଏହି କଠିନ ସମୟରେ ଭାରତର ଜନତା ନେପାଳର ନିଜ ଭାଇ-ଭଉଣୀମାନଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନେପାଳକୁ ସମ୍ଭବ ସମସ୍ତ ମାନବୀୟ ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛି। ସେ କହିଥିଲେ ଯେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ଭାରତୀୟ ଦଳ ନେପାଳର ସମ୍ପୃକ୍ତ ଅଧିକାରୀମାନଙ୍କ ସହ ମିଶି କାମ କରୁଛନ୍ତି।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ