ନୂଆଦିଲ୍ଲୀରେ ଏସ୍ଟି ମୋର୍ଚ୍ଚାର ନବନିଯୁକ୍ତ ଜାତୀୟ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗଦେଲେ ଜୁଏଲ ଓରାମ
ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.) କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁସୂଚିତ ଜନଜାତି (ଏସ୍ଟି) ମୋର୍ଚ୍ଚାର ନବନିଯୁକ୍ତ ଜାତୀୟ ଅଧ୍ୟକ୍ଷ ଡ. ମନ୍ନାଲାଲ ରାୱତଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରରେ ଜୁଏଲ ଓରାମ ଡ. ରା
ନୂଆଦିଲ୍ଲୀରେ ଏସ୍ଟି ମୋର୍ଚ୍ଚାର ନବନିଯୁକ୍ତ ଜାତୀୟ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗଦେଲେ ଜୁଏଲ ଓରାମ୧୧


ନୂଆଦିଲ୍ଲୀ, ୨୬ ଅଗଷ୍ଟ (ହି.ସ.) କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁସୂଚିତ ଜନଜାତି (ଏସ୍ଟି) ମୋର୍ଚ୍ଚାର ନବନିଯୁକ୍ତ ଜାତୀୟ ଅଧ୍ୟକ୍ଷ ଡ. ମନ୍ନାଲାଲ ରାୱତଙ୍କ ଦାୟିତ୍ୱ ଗ୍ରହଣ ସମାରୋହରେ ଯୋଗଦେଇଛନ୍ତି।

ଏହି ଅବସରରେ ଜୁଏଲ ଓରାମ ଡ. ରାୱତଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭକାମନା ଜଣାଇଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଓରାମ କହିଛନ୍ତି ଯେ, ଡ. ରାୱତଙ୍କ ନେତୃତ୍ୱରେ ଅନୁସୂଚିତ ଜନଜାତି ମୋର୍ଚ୍ଚା ଦେଶର ବିକାଶ ସହିତ ଦଳକୁ ଆହୁରି ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande