ସରକାରୀ କର୍ମଚାରୀଙ୍କ ଡିଏକୁ ନେଇ ପଞ୍ଜାବ ସରକାରଙ୍କୁ ଆକ୍ରମଣ କଲା ବିଜେପି
କହିଲା କର୍ମଚାରୀଙ୍କ ସହ ଖେଳୁଛନ୍ତି ସରକାର ନୂଆଦିଲ୍ଲୀ, ୨୭ ଅଗଷ୍ଟ(ହି.ସ.) – ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରି ପଞ୍ଜାବରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭଲା(ଡିଏ) ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି(ଏଏପି) ସରକାର ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ତୀବ୍ର ଆକ୍ରମଣ କ
ସରକାରୀ କର୍ମଚାରୀଙ୍କ ଡିଏକୁ ନେଇ ପଞ୍ଜାବ ସରକାରଙ୍କୁ ଆକ୍ରମଣ କଲା ବିଜେପି


କହିଲା କର୍ମଚାରୀଙ୍କ ସହ ଖେଳୁଛନ୍ତି ସରକାର

ନୂଆଦିଲ୍ଲୀ, ୨୭ ଅଗଷ୍ଟ(ହି.ସ.) – ଭାରତୀୟ ଜନତା ପାର୍ଟି(ବିଜେପି)ର ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରି ପଞ୍ଜାବରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭଲା(ଡିଏ) ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି(ଏଏପି) ସରକାର ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। କେଜ୍ରିୱାଲଙ୍କୁ ପଞ୍ଜାବର ସୁପର ସିଏମ୍' ବୋଲି ବର୍ଣ୍ଣନା କରି ସେ ପଚାରିଥିଲେ ଯେ ତିନି ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କ ବକେୟା ଡିଏ କେବେ ଜାରି କରାଯିବ।

ଗୁରୁବାର ଗଣମାଧ୍ୟମ ସହ କଥାବାର୍ତା କରି ପ୍ରଦୀପ ଭଣ୍ଡାରି କହିଛନ୍ତି ଯେ ପଞ୍ଜାବରେ ତିନି ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ବିଭିନ୍ନ ସ୍ଥାନରେ ଧାରଣାରେ ବସିଛନ୍ତି, ଯେଉଁଥିରେ ପ୍ରାୟ ୩୫ ପ୍ରତିଶତ ମହିଳା ଅଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ୧୮ ପ୍ରତିଶତ ଡିଏ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ସେ କହିଛନ୍ତି ଯେ ଯଦି ୨୪ ଘଂଟା ମଧ୍ୟରେ କର୍ମଚାରୀଙ୍କ ଡିଏ ଜାରି ନହୁଏ, ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ଆମ୍ ଆଦମୀ ପାର୍ଟି ସରକାର କର୍ମଚାରୀଙ୍କ ମର୍ଯ୍ୟାଦା ଏବଂ ଅଧିକାର ସହିତ ଖେଳୁଛନ୍ତି।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଦୁର୍ନୀତି ଅଭିଯୋଗ କରି ବିଜେପି ମୁଖପାତ୍ର କହିଛନ୍ତି ଯେ ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ଲୋକଙ୍କ ପରିବର୍ତେ କ୍ଷମତାରେ ଥିବା ଲୋକଙ୍କୁ ଫାଇଦା ଦିଆଯାଉଛି। ସେ ଦାବି କରିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରାୟ ୧.୨୩ ଲକ୍ଷ ଟଙ୍କାର ଋଣ ରହିଛି ଏବଂ ଆପ୍ ସରକାର ପଞ୍ଜାବକୁ ଆର୍ôଥକ ସଙ୍କଟ ଆଡ଼କୁ ଠେଲି ଦେଉଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଆପ୍ ଯେପରି ଦିଲ୍ଲୀକୁ ଲୁଟ୍ କରିଛି, ସେହିପରି ପଞ୍ଜାବକୁ ମଧ୍ୟ ଲୁଟ୍ କରୁଛି। ପଞ୍ଜାବରେ ସରକାରୀ ଶିକ୍ଷକ ପଦବୀ ଖାଲି ରହିଛି, ୨୪୨୪ଟି କଲେଜ ଏବଂ ବିଶ୍ୱବିଦ୍ୟାଳୟ ପଦବୀ ଖାଲି ରହିଛି, ୨୯୫୨ଟି ଉଚ୍ଚ ଶିକ୍ଷା ପଦବୀ ଖାଲି ରହିଛି ଏବଂ ସରକାରୀ ଶିକ୍ଷାଦାନ ତାଲିମ ପ୍ରତିଷ୍ଠାନରେ ୪୦ ପ୍ରତିଶତରୁ ଅଧିକ ପଦବୀ ଖାଲି ରହିଛି। ଏପରିକି ଯେଉଁମାନେ କର୍ମଚାରୀ ସେମାନେ ମଧ୍ୟ ସେମାନଙ୍କର ଡିଏ ପାଉନାହାନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande