ହରିୟାଣବୀ ଡାନ୍ସର ସପନା ଚୌଧୁରୀଙ୍କ ମାମଲାର ଏବେ ୧୭ ସେପ୍େଟମ୍ବରରେ ହେବ ଶୁଣାଣି
- ସପନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଭିଡ଼ ଅନିୟନ୍ତ୍ରିତ ହେବା ପରେ ପୁଲିସ ଦ୍ୱାରା କରାଯାଇଥିବା ଲାଠିଚାର୍ଜକୁ ନେଇ ଚାଲିଛି ବିବାଦ ମୁରାଦାବାଦ, ୨୭ ଅଗଷ୍ଟ (ହି.ସ.)- ହରିୟାଣାର ଡାନ୍ସର ସପନା ଚୌଧୁରୀଙ୍କ ମାମଲାରେ ଗୁରୁବାର ଅପର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଦୁଇ ଛୁଟିରେ ଥିବା କାରଣରୁ ଶୁଣାଣି ଟ
ହରିୟାଣବୀ ଡାନ୍ସର ସପନା ଚୌଧୁରୀଙ୍କ ମାମଲାର ଏବେ ୧୭ ସେପ୍େଟମ୍ବରରେ ହେବ ଶୁଣାଣି


- ସପନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଭିଡ଼ ଅନିୟନ୍ତ୍ରିତ ହେବା ପରେ ପୁଲିସ ଦ୍ୱାରା କରାଯାଇଥିବା ଲାଠିଚାର୍ଜକୁ ନେଇ ଚାଲିଛି ବିବାଦ

ମୁରାଦାବାଦ, ୨୭ ଅଗଷ୍ଟ (ହି.ସ.)- ହରିୟାଣାର ଡାନ୍ସର ସପନା ଚୌଧୁରୀଙ୍କ ମାମଲାରେ ଗୁରୁବାର ଅପର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ଦୁଇ ଛୁଟିରେ ଥିବା କାରଣରୁ ଶୁଣାଣି ଟଳିଗଲା। ଏହି ମାମଲାରେ ପରବର୍ତୀ ଶୁଣାଣି ଏବେ ୧୭ ସେପ୍େଟମ୍ବରରେ ହେବ। ୧୧ ଜୁନ ୨୦୧୯ରେ ସପନା ଚୌଧୁରୀ ରେଲୱେ ଷ୍ଟାଡିୟମ ମୁରାଦାବାଦ ଆସିଥିଲେ। କାର୍ଯ୍ୟକ୍ରମରେ ଭିଡ଼ ଅନିୟନ୍ତ୍ରିତ ହୋଇଯାଇଥିଲା। ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା, ଯେଉଁଥିରେ ଅନେକ ଦର୍ଶକ ଆହତ ହୋଇଥିଲେ। ଏହି ମାମଲାରେ ଥାନା ମଝୋଲା ଅଂଚଳର ବାସିନ୍ଦା ନେତା ରାମେଶ୍ୱର ଦୟାଲ ତୁରୈହା ଅଧିବକ୍ତା ବୈଭବ ଅଗ୍ରୱାଲଙ୍କ ମାଧ୍ୟମରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ ମୁରାଦାବାଦଙ୍କ ଅଦାଲତରେ ମାମଲା ଦାଏର କରିଥିଲେ। ଯାହାର ଶୁଣାଣି ଏସିଜେଏମ ଦୁଇଙ୍କ ଅଦାଲତରେ ଚାଲିଛି। ଗୁରୁବାର ଅପର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ-ଦୁଇ ଛୁଟିରେ ଥିବା କାରଣରୁ ଆଜି ମାମଲାରେ ଶୁଣାଣି ହୋଇପାରିଲା ନାହିଁ। ବାଦୀଙ୍କ ଅଧିବକ୍ତାଙ୍କ ଅନୁଯାୟୀ ମାମଲାରେ ପରବର୍ତୀ ଶୁଣାଣି ପାଇଁ ୧୭ ସେପ୍େଟମ୍ବର ତାରିଖ ନିର୍ଦ୍ଧାରିତ କରାଯାଇଛି।

------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande